ଅରିନ୍ଦମ ଦାସଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଗତକାଲି ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଥିଲା । ଯାହାକୁ ନେଇ ସାମ୍ବାଦିକ ଜଗତ ସହ ପୂରା ଓଡିଶା ବର୍ତ୍ତମାନ ସ୍ତବ୍ଧ ହୋଇଯାଇଛି । ତାଙ୍କର ବିୟୋଗ ପରେ ରାଜ୍ୟ ସରକାର ତାଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଯାହାଫଳରେ ୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗତକାଲି ମଧ୍ୟ ଓଟିଭି ତରଫରୁ ତାଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏନେଇ ଗତକାଲି ଘୋଷଣା କରିଥିଲେ ।

 

Leave a Reply

Your email address will not be published.