ଦୁଗ୍ଧ ଚାଷୀମାନଙ୍କୁ ରାଜ୍ୟସରକାରଙ୍କ ସହାୟତା, ୧୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀ ହେତୁ ଜୀବନ ଓ ଜୀବିକା ବହୁଳ ମାତ୍ରାରେ ପ୍ରଭାବିତ ହୋଇଛି ।ବହୁଜନ ନିଜର ଜୀବିକା ହରାଇ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । କରୋନା ମାଡରେ ଦୁଗ୍ଧ ଚାଷୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ରାଜ୍ୟ ସରକାର ଦୁଗ୍ଧ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଚାଷୀମାନଙ୍କୁ ୬ ହଜାର ପର୍ଯ୍ୟନ୍ତ ଗୋଖାଦ୍ୟ ବାବଦକୁ ମିଳିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତିଯେ, ଏହି ଯୋଜନା ଦ୍ବାରା ଏକ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହେବେ। ତେବେ କରୋନାର ପ୍ରଥମ ଲହର ସମୟରୁ ଅର୍ଥନୈତିକ କାର୍ଯ୍ୟକଳାପ ଧିମା ରହିଥିବା ବେଳେ କୃଷି କ୍ଷେତ୍ର ହିଁ ଅର୍ଥନିତିକୁ ଶକ୍ତି ଯୋଗାଉଛି ।

ରାଜ୍ୟରେ ଦୁଗ୍ଧ ଚାଷ ଅର୍ଥନିତିର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବା ବେଳେ କରୋନା ସମୟରେ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ କଟକଣା ହେତୁ ଚାଷୀମାନେ ସେମାନଙ୍କର ଉତ୍ପାଦିତ ଖୀର ଏବଂ ଅନ୍ୟାନ୍ୟ ଦୁଗ୍ଧ ଜାତ ଦ୍ରବ୍ୟକୁ ବଜାରରେ ବିକ୍ରି କରି ନପାରି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏପରିକି ଗାଈ ମାନଙ୍କର ଖାଦ୍ୟ ସାମଗ୍ରୀ ସଂଗ୍ରହ କରିବା ପାଇଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Leave a Reply

Your email address will not be published.