ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ନେଇ ଉଚ୍ଚନ୍ୟାଳୟଙ୍କୁ ଜଣାଇଲେ ରାଜ୍ୟସରକାର

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତ୍ୟାହାର ହେବ । ଉଚ୍ଚନ୍ୟାୟାଳୟଙ୍କୁ ଏନେଇ ଆଜି ଜଣାଇଛନ୍ତି ରାଜ୍ୟ ସରକାର । ବିଜ୍ଞପ୍ତି ପ୍ରତ୍ୟାହାର ସହିତ ସାନି ତାଲିକା ପ୍ରକାଶ କରିବା ପାଇଁ ସରକାର କୋର୍ଟଙ୍କୁ ଅବଗତ କରାଇଛନ୍ତି । ଏହାସହିତ ଜାନୁଆରୀ ୫ ସୁଦ୍ଧା ସରକାର ଅଭିଯୋଗର ସମାଧାନ କରିବାକୁ ନିଷ୍ପତି ନେଇଛନ୍ତି । ତେବେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ନେଇ ଆସନ୍ତା ଡିସେମ୍ବର୨୭ ସୁଦ୍ଧା ସାନି ତାଲିକା ପ୍ରକାଶ କରାଯିବ ଏବଂ ଜାନୁଆରୀ ୩ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ । ଏ ସମସ୍ତ ପ୍ରକ୍ରିୟା ପରେ ଜାନୁଆର ୭ ସୁଦ୍ଧା ଚୂଡାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବେ ରାଜ୍ୟ ସରକାର ।

ଆସନ୍ତା ମାର୍ଚ୍ଚ ୮ ସୁଦ୍ଧା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ପୂର୍ବରୁ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ସଂରକ୍ଷଣ ପ୍ରସ୍ତାବ ଆଣିଥିବା ବେଳେ ଏହି ମାମଲା ସୁପ୍ରିମକୋର୍ଟ ପର୍ୟ୍ୟନ୍ତ ଯାଇଥିଲା ଓ ଶେଷରେ ରାଜ୍ୟ ସରକାରଙ୍କ ଓବିସି ସଂରକ୍ଷଣ ପ୍ରସ୍ତାବ ଖାରଜ୍ ହେବା ପରେ ବର୍ତ୍ତମାନ ପୁରା ସଂରକ୍ଷଣ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ସରକାର । କୋର୍ଟଙ୍କ ନିର୍ଦ୍ଦେଶ ଅନୂଯାଇ ହାତରେ ବହୁତ୍ କମ ସମୟ ରହିଥିବା ବେଳେ ରାଜ୍ୟ ସରକାର କମ୍ ସମୟ ମଧ୍ୟରେ କିଭଳି ବ୍ୟବସ୍ଥିତ ଓ ସଠିକ୍ ଭାବରେ ନିର୍ବାଚନ କରାଇବେ ତାକୁ ଦୃଷ୍ଟିରେ ରଖି ଏଭଳି ଘୋଷଣା କରିଛନ୍ତି ।

Leave a Reply

Your email address will not be published.