ଆସିଲା ନୂଆ ଗାଇଡଲାଇନ, ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଆସିଲା ଫେବୃଆରୀ ମାସ ଲାଗି ନୂଆ ଗାଇଡଲାଇନ୍ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବା ନେଇ ନିର୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର । ଏହାସହ କୋଭିଡ୍ କଟକଣା ସହିତ ସରସ୍ୱତୀ ପୂଜାକୁ ଅନୁମତି ଦିଆଯାଇଛି । ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ ଗାଇଡଲାଇନକୁ ପାଳନ କରି ଛାତ୍ରଛାତ୍ରୀମାନେ ସରସ୍ୱତୀ ପୂଜା କରିପାରିବେ । କେବଳ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟତ୍ର ସରସ୍ୱତୀ ପୂଜାକୁ ବାରଣ କରାଯାଇଛି । କୋଭିଡ କଟକଣା ମଧ୍ୟରେ ଘରେ ପରିବାରର ସଦସ୍ୟଙ୍କ ସହ ପୂଜା ପାଳିବାକୁ ଜନସାଧାରଣଙ୍କୁ ଅନୁରୋଧ ଘରେ ରହି ପରିବାର ସହ ସରସ୍ୱତୀ ପୂଜା ପାଳନ ପାଇଁ ପରାମର୍ଶ ଦିଆଯାଇଛି ।

ପୂଜା ଅବସରରେ ହେଉଥିବା ଭୋଜିକୁ ଅନୁମତି ନାହିଁ । ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିପାରିବ । ସମସ୍ତ ସରକାରୀ କାର୍ୟ୍ୟାଳୟ, ସରକାରୀ ଉଦ୍ୟୋଗ, ସ୍ୱୟଂଶାସିତ ଅନୁଷ୍ଠାନ କୋଭିଡ୍ କଟକଣା ମଧ୍ୟରେ ୧୦୦% କର୍ମଚାରୀଙ୍କ ଉପସ୍ଥାନରେ ଚାଲିବ । ଏହା ସହିତ ରାଜ୍ୟରେ ଦୋକାନ ବଜାର, ମଲ୍‌, ଶପିଂ କମ୍ପେକ୍ସ, ହାଟ, ସିନେମା ହଲ୍‌, ସ୍ୱିମିଂ ପୁଲ୍‌, ଏଣ୍ଟରଟେନ୍‌ମେଣ୍ଟ କମ୍ପଲେକ୍ସ, ଥିଏଟର୍‌, ଅଡିଟୋରିୟମ ଭୋର ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ । ରାତ୍ରୀ କାଳୀନ କର୍ଫ୍ୟୁ ବେଳେ ଜାନୁଆରୀ ମାସରେ ଜାରି କରାଯାଇଥିବା ନିୟମାବଳୀ ଫେବୃଆରୀ ମାସରେ ମଧ୍ୟ ଲାଗୁହେବ । ଖାଦ୍ୟ ହୋମ୍‌ ଡେଲିଭରୀ, ଗ୍ରୋସରୀ, ପନିପରିବା, ମାଛ, ମାଂସ, ଅଣ୍ଡା କ୍ଷୀର ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଜାରି ରହିବ । ସ୍ୱିଗି, ଜୋମାଟୋ, ଓମ୍‌ଫେଡ୍‌ ଓ ଚିଲିକା ଫ୍ରେସ୍‌ ଖୋଲା ରହିବ ।

Leave a Reply

Your email address will not be published.