ତୃତୀୟ ଲହରର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ: ପ୍ରଦୀପ ମହାପାତ୍ର

ଭୂବନେଶ୍ବର: କରୋନା ମହାମାରୀର ତୃତୀୟ ଲହର ସମୟରେ ୧୮ ବର୍ଷରୁ କମ୍ ପିଲାମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ସରକାର ଆବଶ୍ୟକ ପ୍ରସ୍ତୁତି ଚଳାଇଛନ୍ତି ଏବଂ ଏହାକୁ ଦୃଢତାର ସହିତ ମୁକାବିଲା କରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ ମହାପାତ୍ର କହିଛନ୍ତି।

ଏହାସହିତ ପ୍ରଦିପ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ପିଲାମାନଙ୍କର ଚିକିତ୍ସା ପାଇଁ ୬୧୦ ଆଇସିୟୁ ବେଡ୍ ସହିତ ୩୦୦୦ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯାଇଛି । ଯେକୌଣସି ପ୍ରକାରର ଘଟଣାକୁ ସମ୍ନା କରିବା ପାଇଁ ଆବଶ୍ୟକ ଔଷଧ ଏବଂ ସ୍ୱାସ୍ଥ୍ୟ ଉପକରଣ ମଧ୍ୟ ଅଛି । ସେ ଆହୁରି ମଧ୍ୟ କହିଛନ୍ତି ମହାମାରୀକୁ ରୋକିବା ପାଇଁ ରାଜ୍ୟ ସରକାର ମଧ୍ୟ ପରୀକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି।

ପରୀକ୍ଷାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସମସ୍ତ ଜିଲ୍ଲାର ଆରଟି- ପିସିଆର ଲାବୋରେଟୋରୀ ପ୍ରତିଷ୍ଠା କରିବାକୁ ପ୍ରତିଶୃତି ଦେଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାର ଅଧାରୁ ଅଧିକ ଜିଲ୍ଲାରେ ଏହି ଲାବୋରେଟୋରୀଗୁଡିକ ପ୍ରତିଷ୍ଠା କରାଯାଇଛି। ଆମେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଓଡ଼ିଶାର ୧୩ ଜିଲ୍ଲାର ଅବଶିଷ୍ଟ ଜିଲ୍ଲାରେ ଏହି କାର୍ଯ୍ୟ ପୂରଣ ହେବ ବୋଲି ସେ କହିଛନ୍ତି । 

Leave a Reply

Your email address will not be published.