ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ସମୀକ୍ଷା କରିବେ ରାଜ୍ୟ ସରକାର

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି, ଓ ଜିଲ୍ଲାପାଳମାନେ ଭାଗ ନେବେ। ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ସମୀକ୍ଷା କରିବେ। ଦିନ ୧୧ଟା ୩୦ରେ ଏହି କାର୍ୟ୍ୟକ୍ରମ ରହିଛି ।

ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ ରୁ ୮୫ କି.ମି ରହିବ । ବେଳେବେଳେ ଏହା ୯୫ କି.ମି ହେବାର ସମ୍ଭାବନା ରହିଛି । ତେବେ ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରକ ଝଡ଼ ଗୁଲାବ । ସେହିପରି ଆନ୍ଧ୍ର କଳିଙ୍ଗପଟ୍ଟନମ ଠାରୁ ୨୮୦ କି.ମି ଦୂରରେ ଥିଲା । ଗତ ୬ ଘଣ୍ଟାରେ ଏହାର ବେଗ ଘଣ୍ଟାପ୍ରତି ୧୭ କିଲୋମିଟର ରହିଛି । ତେବେ ମଧ୍ୟରାତ୍ରୀ ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଝିରେ ଲ୍ୟାଣ୍ଡଫଲ କରିବ ବାତ୍ୟା ।

Leave a Reply

Your email address will not be published.