ରୂପାର ଛାଉଣିରେ ଝଟକି ଉଠିବ ଶ୍ରୀମନ୍ଦିରର ତିନି ଦ୍ବାର, ଆଜିଠୁ ଆରମ୍ଭ ହେବ କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ତିନି ଦ୍ୱାରରେ ହେବ ରୁପାର ଛାଉଣି । ଝଟକି ଉଠିବ କାଳିଆର ବଡ ମନ୍ଦିରର ତିନି ଦ୍ବାର । ଆହୁରୀ ଶୋଭା ପାଇବ ତିନି ଦ୍ବାର ରୂପାର ଛାଉଣୀରେ ।ଯାହା ଆଜିଠୁ ଆରମ୍ଭ କରାଯିବ ବୋଲି କୁହାଯାଇଛି । ଶ୍ରୀମନ୍ଦିରରୁ ପ୍ରଭୁ ଜଗନ୍ନାଥ ନିଜ‌ ମାଉସୀ ମା ମନ୍ଦିରକୁ ଯିବା ପରେ ଗତକାଲି ରାତିରେ ରୁପା ଛାଉଣି କାର୍ଯ୍ୟ ଆଗକୁ ନେବା ପାଇଁ ତିନୋଟି ଷ୍ଟିଲ ଫ୍ରେମ୍ ଆସି ପହଁଞ୍ଚିଛି।

ତେବେ ଏହି ରୂପା ମୁମ୍ବାଇର ଜଣେ ବ୍ୟବସାୟୀ ଦାନ କରିଥିଲେ । ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଏହି ଦାନ ରୁପାକୁ ଶ୍ରୀମନ୍ଦିର ଭକ୍ତ ନିବାସରରେ ରଖାଯାଇଛି । ଏହି ସବୁ ପ୍ରକ୍ରୀୟା ଭିତରେ ତିନୋଟି ଦ୍ୱାରାରେ ରୂପା ଛାଉଣିି ପାଇଁ ପାଖାପାଖି ଦୁଇ ଟନ୍ ରୂପା ବ୍ୟବହାର ହେବ ବୋଲି ଆକଳନ କରାଯାଇଛି । ପ୍ରଥମେ ଜୟବିଜୟ ଦ୍ୱାର ଓ ଭୋଗ ମଣ୍ଡପର ଦ୍ୱାରରେ ରୂପା ଛାଉଣୀ ହେବ । ତେବେ ରୂପା ଛାଉଣି ଦ୍ୱାରା ଯେପରି ମୂଳ କାରୁକାର୍ଯ୍ୟ ଅକ୍ଷୁର୍ଣ୍ଣ ରୁହେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସୂଚନା ରହିଛି । 

Leave a Reply

Your email address will not be published.