ବଦଳିଲା ପାଗ, ୪ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁୁବନେଶ୍ୱର, (ନାଗରାଜ ନ୍ୟୁଜ): ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଅନୁଭୁତ ହୋଇଛି । ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଜି ରାଜ୍ୟରେ ବର୍ଷାର ପରିମାଣ ବଢିପାରେ । ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ଏବଂ ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ବର୍ଷର ପରିମାଣ ୨୯ ତାରିଖରେ ଅଧିକ ରହିପାରେ । ୩୦ ତାରିଖ ବେଳକୁ ଧୀରେଧୀରେ ପ୍ରଭାବ କମିବ ।

Leave a Reply

Your email address will not be published.