ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

ଭୂବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ରହିଛି ।ଯେହେତୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ରାଜ୍ୟର କେତେକ ଜିଲ୍ଲାରେ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଆରମ୍ଭ ହେବ । ହେଲେ ୭ ତାରିଖରୁ ୯ ତାରିଖ ଯାଏ ପୁଣି ବର୍ଷାର ପରିମାଣ କମ୍ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି । 

ବର୍ଷାର ପରିମାଣ କମୁଥିବାବେଳେ ପଡୋଶୀ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେଉଛି । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ନିଅଣ୍ଟିଆ ହର୍ଷା ପରିମାଣ ବୃଦ୍ଧି ପାଇବ ।ମୌସୁମୀ ଏବେ କ୍ରମାଗତ କିଛି ଦିନ ହେବ ଉତ୍ତର ପଟେ ରହୁଛି । ବିହାର ଓ ପଶ୍ଚିମବଙ୍ଗର ଉତ୍ତର ପଟେ ସମୁଦ୍ରପତ୍ତନ ଉପରେ ମୌସୁମୀଜନିତ ନିମ୍ନଚାପ ରେଖା ଲମ୍ବିଛି । ଯାହା ଫଳରେ ଏବେ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ବର୍ଷା ୬୨୫.୯ମିମି ହେବା କଥା, ହେଲେ ହୋଇଛି ୪୬୯.୮ ମିମି ରହିଛି ।   

Leave a Reply

Your email address will not be published.