ରାଜ୍ୟରେ ୨୧ ତାରିଖରୁ ବର୍ଷା ସମ୍ଭାବନା

ଭୂବନେଶ୍ୱର, (ନାଗରାଜ ନ୍ୟୁଜ ): ରାଜ୍ୟରେ କିଛି ଦିନ ଧରି ମେଘୁଆ ରହିବ ପାଗ । ୨୦ ଓ୨୧ ତାରିଖରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଅନ୍ୟପଟେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ଆଉ ଚିନି ଦିନ ପାଗ ମେଘୁଆ ରହିବ । ମାତ୍ର ୧୮ ଓ ୧୯ ତାରିଖରେ ପାଗ ଶୁଖିଲା ଓ ଖରାଟିଆ ରହିବ । ଲଘୁଚାପ ଘନୀଭୂତ ହେବା ପାଇଁ ଥିବା ଏହି ସମସ୍ତ ଅନୁକୂଳ କାରଣଗୁଡିକ ବଦଳିଯିବାରୁ ଏହା ପୂର୍ବାନୁମାନ ମୁତାବକ ବିଶେଷ ପ୍ରଭାବୀ ହେବନି ବୋଲି ପଶିପାଳକ କହିଛନ୍ତି । ଲଘୁଚାପ ପ୍ରଭାବରେ ଆନ୍ଧ୍ର ଉପକୂଳ ସହ ତାମିଲନାଡୁରେ ପ୍ରବଳ ବର୍ଷା ହେବ । ଓଡିଶା ଉପରେ ବିଶେଷ ପ୍ରଭାବ ରହିବନି ବୋଲି ସେ କହିଛନ୍ତି । ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସଗାରରେ ଥିବା ଏହି ଲଘୁଚାପ ପଶ୍ଚିମ ଆଡକୁ ଗତି କରି ଆସନ୍ତା ୧୮ ତାରିଖ ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ ।

ସେହିପରି ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଥିବା ବେଳେ ଏହା ଅବପାତ ନ ହୋଇ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏହି ଲଘୁଚାପ ସହ ସମାନ୍ତରାଳ ଭାବେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ପଶ୍ଚିମରେ ଆରବସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ପୂର୍ବ ଲଘୁଚାପକୁ ଦୁର୍ବଳ କରାଇଛି । ମାତ୍ର ତୃତୀୟ ଲଘୁଚାର ଏହାର ଗତିପଥ ବଦଳାଇ ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ନଯାଇ ଉତ୍ତର ତାମିଲନାଡୁ ଆଡକୁ ମୁହାଁଇବ ।

Leave a Reply

Your email address will not be published.