ଆଜି ହେଉଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା, ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୂବନେଶ୍ବର: ଆଜି ହେଉଛି କାଳିଆର ଘୋଷଯାତ୍ରା । ଏହି ବିଶ୍ବପ୍ରସିଦ୍ଧ ପବିତ୍ର ରଥଯାତ୍ରା ବା କାଳିଆର ଘୋଷଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଟ୍ବିଟ୍ କରି କହିଛନ୍ତିଯେ, ସ୍ୱତନ୍ତ୍ର ଭାବେ ଓଡ଼ିଶାର ସମସ୍ତ ଶ୍ରଦ୍ଧାଳୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି । ମୁଁ ଆଶା କରୁଛିଯେ, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତ ଦେଶବାସୀଙ୍କ ଜୀବନ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ରହୁ । 

ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ତାଙ୍କର ଶୁଭେଚ୍ଛା ବାର୍ତ୍ତାରେ କହିଥିଲେଯେ, ଭଗବାନ ଶ୍ରୀଜଗନ୍ନାଥଙ୍କ ପୁରୀ ରଥଯାତ୍ରା ହେଉଛି ଓଡ଼ିଶା ତଥା ସମଗ୍ର ଭାରତର ଭକ୍ତମାନଙ୍କ ପାଇଁ ସବୁଠାରୁ ସମ୍ମାନିତ ତଥା ବହୁ ପ୍ରତୀକ୍ଷିତ ପର୍ବ । ଏହା ଆମର ବହୁବଚନ ଏବଂ ନୈତିକତାର ପ୍ରତୀକ ଅଟେ । ଏଥିରେ ଅଂଶଗ୍ରହଣକାରୀଙ୍କ ପାଇଁ ଅପାର ଆଧ୍ୟାତ୍ମିକ ମହତ୍ୱ ରଖେ । କରୋନା ମହାମାରୀ କାରଣରୁ ଭାରତ ତଥା ବିଶ୍ୱ ଏକ ଅଦୃଶ୍ୟ ସମୟ ଦେଇ ଗତିକରୁଛି । ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ, କୋଭିଡ ସୁରକ୍ଷା ନିୟମ ମାନି ଅତି ଯତ୍ନ ସହକାରେ ରଥଯାତ୍ରା ଉତ୍ସବ ପାଳନ କରନ୍ତୁ । 

Leave a Reply

Your email address will not be published.