ସାରା ଦେଶ ଆଜି ପାଳିଛି ୭୫ ତମ ସ୍ୱାଧିନତା ଦିବସ

କଟକ, ଭରତ ମହାରଣା: ସାରା ଦେଶ ପାଳିଛି ୭୫ ତମ ସ୍ୱାଧିନତା ଦିବସ । ଏଥିପାଇଁ କଟକରେ ମଧ୍ୟ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ସ୍ୱାଧିନତା ଦିବସ । କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ଜିଲ୍ଲା ସ୍ତରୀୟ ୭୫ ତମ ସ୍ବାଧୀନତା ଦିବସ । ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ।

ପରେ ଓଡିଶା ପୋଲିସ୍ ଏବଂ ସହରାଞ୍ଚଳ ପୋଲିସ୍ ମାନେ ପରେଡରେ ଅଂଶଗ୍ରହଣ କରିଥିଲେ । ଦେଶ ମାତୃକା ପାଇଁ ନିଜକୁ ଉତ୍ସର୍ଗ କରିଥିବା ମହାପୁରୁଷ ଏବଂ ବୀର ସଂଗ୍ରାମୀମାନଙ୍କୁ ମନେ ପକାଇଥିଲେ ମୁଖ୍ୟ ଅତିଥି । ତେବେ ଦେଶ ସ୍ୱାଧିନତା ବେଳେ କଟକର ଭୂମିକା ଅତୁଳନୀୟ ଅବଦାନ ରହିଥିବା ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ରାଜ୍ୟ ସରକାର ବିଭିନ୍ନ ଉନ୍ନତି ଦିଗରେ କାର୍ଯ୍ୟ କରୁଛନ୍ତି । ଦୀର୍ଘ ୨୫ ବର୍ଷ ଶାସନ କାଳରେ ରାଜ୍ୟ ସରକାର ବହୁ ସଫଳତାର ପାହାଚ ଚଢିଛନ୍ତି ବୋଲି ନିଜର ଅଭିଭାଷଣ ରଖିଥିଲେ ।

ମୁଖ୍ୟ ଅତିଥିଙ୍କ ସହ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ପ୍ରତୀକ ସିଂହଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସମାଜର ଅତୁଳନୀୟ ଅବଦାନ ପାଇଁ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ପୁରସ୍କୃତ କରିଥିଲେ ମୁଖ୍ୟ ଅତିଥି । ସ୍ୱାସ୍ଥ୍ୟସେବା ପାଇଁ ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର, କଟକ ଏଡିଏମ୍ଓ ଉମେଶ ଚନ୍ଦ୍ର ରାୟ, ଅଙ୍ଗନବାଡ଼ି କର୍ମୀ କୁମୁଦିନୀ ସେଠୀଙ୍କୁ ଉପଢୌକନ ସହ ମାନପତ୍ର ଦିଆଯାଇଥିଲା।

Leave a Reply

Your email address will not be published.