ଆଜି ସକାଳର କିଛି ଖବର

ଆଜି ସକାଳର କିଛି ଖବର

  ତାରିଖ: ୦୨/୦୫/୨୦୨୧,ରବିବାର

୧-ପୁଣି ଥରେ ସାରା ଓଡିଶାରେ ଲକ ଡାଉନ ସମ୍ଭାବନା, ଆଜି ଦିନ ୧୦ଟା ରେ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ।

୨-ଜୁନ୍ ୨୦ରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ପରୀକ୍ଷା ଫଳ । ସବୁ ସ୍କୁଲକୁ ୮ ଜଣିଆ ରେଜଲ୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ।

୩-ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୩୦୦ରୁ ଅଧିକ ଭାରତୀୟ ବୈଜ୍ଞାନିକ, ‘ସମୟ ପୂର୍ବରୁ ଭୂତାଣୁର ନୂଆ ଭ୍ୟାରିଏଣ୍ଟ ଉପରେ ଅଧ୍ୟୟନ ଜରୁରୀ’ ।

୪-ଆଜି ବାହାରିବ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ନିର୍ବାଚନ ଫଳାଫଳ । ଫୋକସରେ ପଶ୍ଚିମବଙ୍ଗ ରେଜଲ୍ଟ ।

୫-ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ, ଆଗକୁ କରୋନା ସ୍ଥିତିକୁ ଦେଖି ଗେଟ୍ ଖୋଲିବାର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଉପ କ୍ଷେତ୍ର ନିର୍ଦେଶକ।

୬-ମଇ ପହିଲାରୁ ଏଲପିଜି ସିଲିଣ୍ଡର ହେଲା ଶସ୍ତା :୧୯ କେଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ହେଲା ୪୫ ଟଙ୍କା.୫୦ ପଇସା ।

୭-କନୁପ୍ରିୟା, ପ୍ରସିଦ୍ଧ ଦୂରଦର୍ଶନ ଆଙ୍କର୍, କୋଭିଡ୍ -୧୯ ରେ ମୃତ୍ୟୁ ।

୮-ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ୍‌, ଟ୍ବିଟ୍‌ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ।

୯-ଦେଶର ବୃହତ୍ତମ ତରଳ ଅମ୍ଳଜାନ ଉତ୍ପାଦନକାରୀରେ ପରିଣତ ହେଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ହସପିଟାଲଗୁଡ଼ିକୁ ମାଗଣାରେ ଯ଼ୋଗାଉଛି ।

୧୦-ଏକ ରିପୋର୍ଟ ରୁ ଜଣା ପଡ଼ିଛି ଯେ ଦେଶର ମାତ୍ର ୧.୯୭ ପ୍ରତିଶତଙ୍କୁ ଦିଆଯାଇପାରିଛି ଟିକାର ଦୁଇଟି ଡୋଜ ।

୧୧-ଆସନ୍ତା ସପ୍ତାହରେ ବାତ୍ୟା ! ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ନେବ ବାତ୍ୟାର ରୂପ, ୧୩-୧୪ରେ ଛୁଇଁପାରେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ । ।

୧୨-ତୃତୀୟ ଥର ପାଇଁ ଭୂକମ୍ପ ରେ ଥରିଲା ଆସାମ, ଭୟରେ ବାହାରକୁ ଦୌଡ଼ି ଆସିଲେ ଲୋକେ । ରିକ୍ଟର ସ୍କେଲ୍‌ ର ତିବ୍ରତା ୩.୩ ।

୧୩-ଚଳିତ ଏପ୍ରିଲରେ ସଂଗ୍ରହ ହେଲା ରେକର୍ଡ ପରିମାଣର GST, ମୋଟ ଆଦାୟ ଦେଢ ଲକ୍ଷ କୋଟି ।

୧୪-ଭାରତର କରୋନା ସ୍ଥିତିକୁ ନେଇ ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା । ନ୍ୟୁୟର୍କ ଟାଇମ୍ସ, ଦ ଗାର୍ଡିଆନରେ ରିପୋର୍ଟ । ସଂକ୍ରମଣକୁ ଅଣଦେଖା ଭାରତକୁ ପଡିଲା ମହଙ୍ଗା ।

୧୫-ଭାରତରୁ ଯାଉଥିବା ଲୋକଙ୍କ ଏଣ୍ଟ୍ରି ଉପରେ ରୋକ୍ ଲଗାଇଲେ ଅଷ୍ଟ୍ରେଲିଆ ସରକାର, ନିୟମ ଉଲ୍ଲଂଘନ କଲେ ୫ ବର୍ଷ ଜେଲ୍‌ ।

୧୬-ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ, ସ୍ପାଇସଜେଟ୍‌ର ୭୮ ସିଟ୍ ବିଶିଷ୍ଟ ବିମାନ ପ୍ରତିଦିନ ଝାରସୁଗୁଡାରୁ ପାଟନାକୁ ଚଳାଚଳ କରିବ।

୧୭-ଜଙ୍ଗଲ କ୍ରାଏ’କୁ ମିଳିଲା ଦାଦା ସାହେବ ଫାଲ୍କେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର ।

୧୮-ଏଣିକି ବ୍ୟକ୍ତିଗତ ବ୍ୟବହାର ପାଇଁ ବିଦେଶରୁ କିଣି ପାରିବେ ଅକ୍ସିଜେନ୍‌ କନସେନଟ୍ରେଟର, ସରକାର ଦେଲେ ଅନୁମତି ।

୧୯-ଭାରତକୁ ଆସିଲା ସ୍ଫୁଟନିକ-ଭି ଟିକା । ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରେ ପହଁଚିଲା ଦେଢ଼ ଲକ୍ଷ ଡୋଜ୍ । ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ ।

୨୦-ବାରବାଟୀ ଷ୍ଟାଡିୟମର ପ୍ରତିଷ୍ଠାତା ସ୍ବର୍ଗତ ଭୈରବ ଚନ୍ଦ୍ର ମହାନ୍ତିଙ୍କ ସହଧର୍ମିଣୀ ଗୀତାଞ୍ଜଳି ମହାନ୍ତିଙ୍କ (୮୬ବର୍ଷ) ଦେହାନ୍ତ ।

୨୧-ମୁମ୍ବାଇ ଷ୍ଟେଶନରେ ଅଟକିଲା ଚେନ୍ନାଇ ଏକ୍ସପ୍ରେସ୍‌,ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ । ୪ ୱିକେଟରେ ଜିତିଲା ମୁମ୍ବାଇ । ଚେନ୍ନାଇର ଦ୍ୱିତୀୟ ପରାଜୟ ।

ମାସ୍କ ବ୍ୟବହାର କରନ୍ତୁ, ଲାକଡାଉନ କୁ ଏଡାନ୍ତୁ । ସତ ପ୍ରତିଶତ ମାସ୍କ ବ୍ୟବହାର, ନିଶ୍ଚୟ କମିବ କରୋନା ହାର ।।*

 

Leave a Reply

Your email address will not be published.