ଆଜିର ରାଶି ଚକ୍ର ଓ ପଞ୍ଜିକା

ଆଜିର ପଞ୍ଜିକା
*✧═════•❁❀❁•═════✧*
*ଅଦ୍ୟ ମଇ ମାସ ୦୬ ତାରିଖ ୨୦୨୧ ମସିହା(ଗୁରୁବାର)*
*ଶକାବ୍ଦ -୧୯୪୩*
*ସମ୍ବତ -୨୦୭୮*
*ସାଲ-୧୪୨୮*
*ସମ୍ବତ୍ସର -ଆନନ୍ଦୋ*
*ବୈଶାଖ ମାସ-କୃଷ୍ଣପକ୍ଷ*
*ତିଥି-ଦଶମୀ ଦିବା ଘ ୦୨/୨୦ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ*
*ନକ୍ଷତ୍ର-ଶତଭିଷା ଦିବା ଘ ୧୧/୨୦ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ର।*
*ଚନ୍ଦ୍ର-କୁମ୍ଭ*
*ଯୋଗ- ଇନ୍ଦ୍ର*
*କରଣ-ବିଷ୍ଟି*
*ସୌରମାସ- ମେଷ ୨୩ ଦିନ*
*✧═════•❁❀❁•═════✧*
*ସୁର୍ୟୋଦୟ-ପ୍ରାତଃ ଘ୦୫/୧୯/୪୦*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୧୯*
*✧═════•❁❀❁•═════✧*
*ଯୋଗିନୀ ଉତ୍ତରେ ଦିବା ଘ୦୨/୨୦ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ*
*ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର*
*ତୁଳା ଓ କୁମ୍ଭ ରାଶିର ଘାତବାର*
*ଦଶମୀ ର ଏକୋଦିଷ୍ଟ ଶ୍ରାଦ୍ଧ*
✧═════•❁❀❁•════**
*କାଳବେଳା ଓ ବାରବେଳା- ଦିବା ଘ ୦୨/୦୫ ଗତେ ଘ୦୬/୦୬ ମଧ୍ୟେ*
✧═════•❁❀❁•═══
*ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୧/୧୫ଗତେ ଘ୦୩/୩୦ମଧ୍ୟେ*
*ବିଶୁଦ୍ଧ ମହେନ୍ଦ୍ର ବେଳ।-ଦିବା ଘ୦୬/୫୬ମଧ୍ୟେ ଓ ଘ୧୦/୦୮ଗତେ ଘ୧୨/୩୨ମଧ୍ୟେ**
*═✧*══•❁❀❁•═════✧*
*ଆଦ୍ୟ କଳମଶ।ଗ ଦିବା ଘ୦୨/୨୦ ଗତେ ଶିମ୍ବ ଭକ୍ଷଣ ନିଷେଧ*
═✧*══•❁❀❁•═════✧*

    ଆଜିର ରାଶିଫଳ
*✧═════•❁❀❁•═════✧*
ମେଷ
*ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।*

*✧═════•❁❀❁•═════✧*
ବୃଷ
*ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।*
*✧═════•❁❀❁•═════✧*
ମିଥୁନ
*ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।*
*✧═════•❁❀❁•═════✧*

କର୍କଟ
*ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ । ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦର କାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।*
*✧═════•❁❀❁•═════✧*
ସିଂହ
*ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।*
*✧═════•❁❀❁•═════✧*

କନ୍ୟା
*ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।*
*✧═════•❁❀❁•═════✧*

ତୁଳା
*ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।*
*✧═════•❁❀❁•═════✧*
ବିଛା
*ଆଜି ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ। ବନ୍ଧୁ ମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।*

*✧═════•❁❀❁•═════✧*
ଧନୁ
*ଆଜି ଅତୀତ ସ୍ମୃ ତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନ ଭାବ ପୋଷଣ କରିପାରେ।*
*✧═════•❁❀❁•═════✧*
ମକର
*ଆଜି ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି । ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋର ବାକ୍ୟ ନିଜ ଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।*
*✧═════•❁❀❁•═════✧*
କୁମ୍ଭ
*ଆଜି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।ନିକଟସମ୍ପର୍କୀୟ ମାନଙ୍କ ଦ୍ୱାରା ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।*

*✧═════•❁❀❁•═════✧*
ମୀନ
*ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସ ପ୍ରତି ଆକୃଷ୍ଟ ହେବେ*
*✧═════•❁❀❁•═════✧*

Leave a Reply

Your email address will not be published.