ଆଜିର ରାଶିଫଳ ଓ ପଞ୍ଜିକା

  ଆଜିର  ପଞ୍ଜିକା

*✧═════•❁❀❁•═════✧*

*ଅଦ୍ୟ ମଇ ମାସ ୦୫ ତାରିଖ ୨୦୨୧ ମସିହା(ବୁଧବାର)*

*ଶକାବ୍ଦ -୧୯୪୩*

*ସମ୍ବତ -୨୦୭୮*

*ସାଲ-୧୪୨୮*

*ସମ୍ବତ୍ସର -ଆନନ୍ଦୋ*

*ବୈଶାଖ ମାସ-କୃଷ୍ଣପକ୍ଷ*

*ତିଥି-ନବମୀ ଦିବା ଘ ୦୧/୩୦ ପର୍ଯ୍ୟନ୍ତ ତଦନ୍ତେ ଦଶମୀ*

*ନକ୍ଷତ୍ର-ଧନିଷ୍ଟା ଦିବା ଘ ୦୯/୫୫ ପର୍ଯ୍ୟନ୍ତ ତଦନ୍ତେ ଶତଭିଷା*

*ଚନ୍ଦ୍ର-କୁମ୍ଭ*

*ଯୋଗ- ବ୍ରହ୍ମ*

*କରଣ-ଗର*

*ସୌରମାସ- ମେଷ ୨୨ ଦିନ*

*✧═════•❁❀❁•═════✧*

*ସୁର୍ୟୋଦୟ-ପ୍ରାତଃ ଘ୦୫/୨୦/୦୦*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୫୯*

*✧═════•❁❀❁•═════✧*

*ଯୋଗିନୀ ପୂର୍ବେ ଦିବା ଘ୦୧/୩୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ*

*ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର*

*କର୍କଟ ରାଶିର ଘାତବାର*

*ନବମୀ ର ଏକୋଦିଷ୍ଟ ଓ ଦଶମୀ ପାର୍ବଣ ଶ୍ରାଦ୍ଧ*

✧═════•❁❀❁•════**

*କାଳବେଳା -ଦିବା ଘ ୦୮/୨୪ ଗତେ ଘ୧୦/୦୦ ମଧ୍ୟେ*

*ବାରବେଳା- ଦିବା ଘ ୧୧/୪୦ ଗତେ ଘ୦୧/୨୦ ମଧ୍ୟେ*

✧═════•❁❀❁•═══

*ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୫ ମଧ୍ୟେ ଓ ରାତ୍ରି ଘ୦୬/୫୫ଗତେ ଘ୦୯/୨୦ମଧ୍ୟେ*

*ବିଶୁଦ୍ଧ ମହେନ୍ଦ୍ର ବେଳ।-ଦିବା ଘ୦୩/୪୫ ଗତେ ଘ୦୫/୨୦ମଧ୍ୟେ ଓ ରାତ୍ରି ଘ୦୯/୨୦ଗତେ ଘ୧୦/୫୬ମଧ୍ୟେ**

*═✧*══•❁❀❁•═════✧*

*ଆଦ୍ୟ ଲାଉ ଦିବା ଘ୦୧/୩୦ ଗତେ କଳମଶ।ଗ ଭକ୍ଷଣ ନିଷେଧ*

═✧*══•❁❀❁•═════✧*

 

*✧═════•❁❀❁•═════✧*

        *꧁ ଆଜିର ରାଶିଫଳ꧂*

*✧═════•❁❀❁•═════✧*

*ମେଷ ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ।*

*✧═════•❁❀❁•═════✧*

*ବୃଷ  ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।*

*✧═════•❁❀❁•═════✧*

*ମିଥୁନ– ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ। ନୂଆ ନିଯୁକ୍ତି ଯୋଗ ଅଛି। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲିମୋକଦ୍ଦମା କୃତକାର୍ଯ୍ୟ ହେବେ।*

*✧═════•❁❀❁•═════✧*

*କର୍କଟ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ।*

*✧═════•❁❀❁•═════✧*

*ସିଂହ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। କାର୍ଯ୍ୟ ପୁରଣରେ ବିଳମ୍ବ ହେବ। ସମୟ ଗୁଡିକ ହସ ଖୁସିରେ ବିତିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ।*

*✧═════•❁❀❁•═════✧*

*କନ୍ୟା ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ।*

*✧═════•❁❀❁•═════✧*

*ତୁଳା– ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ। କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ। ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ।*

*✧═════•❁❀❁•═════✧*

*ବିଛା ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ନିଜ ଲୋକ ମନମୋଟିଆ ହେବେ। ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ ଓ ଉଚିତପନ୍ଥା ଗ୍ରହଣ କରିବେ।*

*✧═════•❁❀❁•═════✧*

 

*ଧନୁ ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ।*

*✧═════•❁❀❁•═════✧*

*ମକର ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ। ଶାରୀରିକ ସୁସ୍ଥତା ଦେଖାଦେବ।*

*✧═════•❁❀❁•═════✧*

*କୁମ୍ଭଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜିବୀମାନେ ହସଖୁସିରେ ସମୟ ବିତାଇବେ।ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପ୍ରତିଯୋଗିତାରେ ବିଜୟୀ ହେବେ।*

 

*✧═════•❁❀❁•═════✧*

*ମୀନଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ। ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ। ବାସଗୃହ ଓ ଯାନବାହାନ ନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ।*

*✧═════•❁❀❁•═════✧*

Leave a Reply

Your email address will not be published.