କୁଶଭଦ୍ରା ଓ କୁଆଖାଇ ନଦୀରେ ଖୁବଶୀଘ୍ର ନିର୍ମାଣ ହେବ ୨ଟି ବ୍ୟାରେଜ

ଭୂବନେଶ୍ବର: ବାଲିଅନ୍ତାସ୍ଥିତ କୁଶଭଦ୍ରା ଓ ପାଣ୍ଡରାସ୍ଥିତ କୁଆଖାଇ ନଦୀରେ ଖୁବଶୀଘ୍ର ୨ଟି ବ୍ୟାରେଜ ନିର୍ମାଣ ହେବ । ଏହି ବ୍ୟାରେଜ ନିର୍ମାଣରେ ପାଖାପାଖି ୭୦୦କୋଟି ଟଙ୍କା ଖର୍ଚ୍ଚ ହେବ‌ାର କୁହାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାଦ୍ବାରା ବାଲିଅନ୍ତା, ବାଲିପାଟଣା ଓ ଭୁବନେଶ୍ବର ବାସିନ୍ଦାଙ୍କୁ ପିଇବା ପାଣି ସୁବିଧା ଓ ଭୂତଳ ଜଳ ସଂରକ୍ଷଣ ଏବଂ ଚାଷୀଙ୍କ ଜମି ଜଳସେଚିତ ହୋଇପାରିବ । ଏନେଇ ଶୁକ୍ରବାର ବାଲିଅନ୍ତା ବ୍ଲକ ସମ୍ମିଳନୀ କକ୍ଷରେ ଅଧିକାରୀ ମାନେ ୫ଟି ସଚିବ ଭି.କେ. ପାଣ୍ଡିଆନ ସହିତ ଆଲୋଚନା କରିଥିଲେ । 

ଏହି ବୈଠକରେ ବିଭିନ୍ନ ଅଧିକାରୀ ତଥା ଲୋକ ପ୍ରତିନିଧି ଓ ଚାଷୀ ଯୋଗଦେଇଥିଲେ । ଏଥିରେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ଜୟଦେବ ବିଧାୟକ ଡ . ଅରବିନ୍ଦ୍ର ଡାଲି ଭୁବନେଶ୍ୱର ( ଉତ୍ତର ) ବିଧାୟକ ସୁଶାନ୍ତ କୁମାର ରାଉତ , ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ବହୁ ଚାଷୀ ପ୍ରତିନିମାନେ ଯୋଗଦେଇ ୫ଟିସଚିବଙ୍କ ସହିତ ବୈଠକ କରିଥିଲେ ।

Leave a Reply

Your email address will not be published.