ଜିମ୍ ଓ ଯୋଗ କେନ୍ଦ୍ର ପାଇଁ କଣ ସବୁ କଟକଣା ପାଳନ କରାଯିବ, ତାକୁ ନେଇ ଗାଇଡଲାଇନ୍‌ ଜାରି ହୋଇଛି ।

ନୂଆଦିଲ୍ଲୀ:, (ନାଗରାଜ ନ୍ୟୁଜ ) ୩ /୦୮/୨୦୨୦ 

ଅଗଷ୍ଟ ୧ରୁ ଦେଶରେ ଅନଲକ-୩ କାର୍ଯ୍ୟକାରୀ ହୋଇଛି। ଏହିକ୍ରମରେ ଆସନ୍ତା ୫ ତାରିଖରୁ ଜିମ୍ନାସିୟମ ବା ଜିମ ଓ ଯୋଗ କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିମ ଓ ଯୋଗ କେନ୍ଦ୍ର ଖୋଲିବାକୁ ଥିଲେ ହେଁ ଏଠାରେ କ’ଣ ସବୁ କରୋନା ନିୟମ ପାଳନ କରାଯିବ, ସେଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

ଗାଇଡଲାଇନ ଅନୁଯାୟୀ-

୧-କେବଳ ନନ୍‌-କଣ୍ଟେନମେଣ୍ଟ ଜୋନରେ ଥିବା ଜିମ ଓ ଯୋଗ କେନ୍ଦ୍ରଗୁଡ଼ିକ ହିଁ ଅଗଷ୍ଟ ୫ ତାରିଖରୁ ଖୋଲି ପାରିବ।

୨- ୬୫ ବର୍ଷ ବୟସର ଅଧିକ ବୟସ୍କ, ଗର୍ଭବତୀ ଓ ୧୦ ବର୍ଷ ବୟସରୁ କମ ବୟସ୍କମାନଙ୍କୁ ଜିମ୍‌ କିମ୍ବା ଯୋଗକେନ୍ଦ୍ରକୁ ଯିବାକୁ ଅନୁମତି ମିଳିବ ନାହିଁ।

୩-ଯେଉଁ ମାନଙ୍କ ଶରୀରରେ ଅମ୍ଳଜାନ ୯୫%ରୁ କମ ରହୁଥିବା ସେମାନଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବ ନାହିଁ।

୪- ପ୍ରଥମ ଦଫାରେ କିଛି ଲୋକ ବ୍ୟାୟାମ କରି ଯିବା ପରେ ଅତିକମରେ ୧୫ ମିନିଟ୍‌ ପରେ ଦ୍ୱିତୀୟ ଦଫାରେ ଲୋକମାନେ ଏହା ମଧ୍ୟକୁ ପ୍ରବେଶ କରିପାରିବେ। ଏହି ସମୟରେ ସାନିଟାଇଜ କାମ କରାଯିବ।

୫- ଜିମ୍ ଓ ଯୋଗ କେନ୍ଦ୍ର ମଧ୍ୟରେ ଲୋକଙ୍କ ମଧ୍ୟରେ ଅତିକମରେ ୬ ଫୁଟ ଦୂରତା ରହିବ।

୬-ଯୋଗାଭ୍ୟାସ ଓ ବ୍ୟାୟାମ କରିବା ବେଳେ ଲୋକମାନେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ। ଯଦି କେହି ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି, ତା’ହେଲେ ସେମାନେ ଭିସୋର ପରିନ୍ଧାନ କରିପାରିବେ।

୭-ନିୟମିତ ହାତ ଧୋଇବେ ଓ ସାନିଟାଇଜର ବ୍ୟବହାର କରିବେ।

୮-ଆଉଟ ଡୋରରେ ବ୍ୟାୟାମ କରିବା ଭଲ। ଯଦି ସୁବିଧା ଥିବ, ତା’ହେଲେ ଜିମ ମାଲିକମାନେ ଏହାର ବ୍ୟବସ୍ଥା କରିପାରିବେ।

୯- ପ୍ରତି ଇକ୍ୟୁପମେଣ୍ଟ ଭିତରେ ୬ ଫୁଟର ଦୂରତା ରହିବ।

୧୦- ଜିମ କିମ୍ବା ଯୋଗ କେନ୍ଦ୍ରରେ ଛେପ ପକାଇବା ସଂପୂର୍ଣ୍ଣ ବାରଣ କରାଯାଇଛି।

୧୧-ନିୟମିତ ଭାବେ ପରିସର, ଆସବାବାପତ୍ର ଓ ଅନ୍ୟାନ୍ୟ ଜିନିଷକୁ ସାନିଟାଇଜ କରାଯିବ।

୧୨-କଣ୍ଟାକ୍ଟ ଲେସ୍‌ ପେମେଣ୍ଟକୁ ଗୁରୁତ୍ୱ ଦିଆଯିବ।

୧୩-କେବଳ ଲକ୍ଷଣହୀନ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ।

୧୪-ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି।

Leave a Reply

Your email address will not be published.