କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପୂର୍ଣ୍ଣ

ଭୂବନେଶ୍ଵର: ଓଡିଆ ସୁନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ବାସ୍ଥ୍ଯବସ୍ଥା ସଙ୍କଟାପୂର୍ଣ ରହିଛି । ସେ କିଡନୀଜନିତ ସମସ୍ୟା ଯୋଗୁଁ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ମିଶ୍ରଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।

ଦୀର୍ଘଦିନ ଧରି ସେ କିଡନୀଜନିତ ସମସ୍ୟାରେ ପୀଡିତ ଥିଲେ । ବାରମ୍ବାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ । ମଙ୍ଗଳବାର ତାଙ୍କୁ ଓଡ଼ିଶା ମ୍ୟୁଜିକ୍‌ ୱେଲ୍‌ଫେୟାର ଆସୋସିଏସନ୍‌ର ସଦସ୍ୟମାନେ ରକ୍ତ ଯୋଗାଇ ଦେଇଛନ୍ତି । ଏଥିସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।

Leave a Reply

Your email address will not be published.