ପୁଣି ବଢିବ ଶୀତ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ପୁଣି ବଢିବ ଶୀତ । ଶୁକ୍ରବାର ରାତିରୁ ତାପମାତ୍ରା କମିବା ଆରମ୍ଭ ହେବ । ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ଅଧିକ ଥିଲା । ସେଥିପାଇଁ ପ୍ରାୟତଃ ଶୀତ ଅନୁଭବ ହୋଇନଥିଲା । ଶୁକ୍ରବାର ୭ଟି ଜିଲ୍ଲାରେ ବର୍ଷା ହୋଇଛି । ବାଲେଶ୍ୱରରେ ୩୫.୪ ମିଲିମିଟ ବର୍ଷା ହୋଇଛି । ଚାନ୍ଦବାଲିରେ ୧୯.୮, ଝାରସୁଗୁଡାରେ ୫.୪, ହୀରାକୁଦରେ ୫.୨, କେନ୍ଦୁଝରରେ ୩.୭ ବର୍ଷା ରେର୍କଡ କରାଯାଇଛି । ଉଭୟ ଉତ୍ତର ଓ ଦକ୍ଷିଣ ଓଡିଶାରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ କମିବ । ପରବର୍ତ୍ତୀ ତିନି ଦିନରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରରେ ତାପମାତ୍ରା ଅପରିବର୍ତ୍ତିତ ହେବ । ସେହିପରି ସୋମବାର ଠାରୁ ରାତି ତାପମାତ୍ରା ପୁଣି ବଢିବ ଓ ଶୀତର ପରିମାଣ କମିବ ।

ଶନିବାର ଓ ରବିବାର ରାଜ୍ୟରେ ପାଗ ଶୁଖିଲା ରହିବ । ଏହି ଦୁଇ ଦିନ ଉପକୂଳ ଓଡିଶା ସମେତ ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ଅନୁଭଊତ ହୋଇପାରେ । ହେଲେ ଆସନ୍ତା ଦୁଇରୁ ତିନି ଦିନ ଭିତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ କହିଛି ।

Leave a Reply

Your email address will not be published.