ନନ୍ଦନକାନନରେ ବିଶ୍ବ ବଜ୍ରକାପ୍ତା  ଦିବସ ପାଳିତ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପାଳିତ ହୋଇଯାଇଛି ବିଶ୍ବ  ବଜ୍ରକାପ୍ତା ଦିବସ। ଦଶମ ବାର୍ଷିକ ଉତ୍ସବ ଅବସରରେ ନନ୍ଦନକାନନ ପରିସରରେ ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ବିଭାଗର ଅବସରପ୍ରାପ୍ତ  ଆଞ୍ଚଳିକ ନିର୍ଦ୍ଦେଶକ ସୂଦର୍ଶନ ମହାରଣା ଓ ସେଞ୍ଚୁରିଆନ ୟୁନିଭର୍ସିଟ ଜୁଲୋଜିକାଲ ବିଭାଗର ମୁଖ୍ୟ ପ୍ରଫେସି ଶିବ ପ୍ରସାଦ ପରିଡା ଯୋଗ ଦେଇ ବିଲୁପ୍ତପ୍ରାୟ ବଜ୍ରକାପ୍ତାଙ୍କ ସୁରକ୍ଷା,ସଂରକ୍ଷଣ ଉପରେ ଉପସ୍ଥିତ ପର୍ଯ୍ୟଟକମାନଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ବୟସ୍କ ଉ କୁନି ପର୍ଯ୍ୟଟକଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗୀତା କରି ସେମାନଙ୍କୁ ପୁରଷ୍କୃତ କରାଯିବା ସହ ଦସ୍ତଖତ ଅଭିଯାନ କରାଯାଇଥିଲେ। ନନ୍ଦନକାନନ ସହ ନିର୍ଦ୍ଦେଶକ ଅମୂଲ୍ୟ ପରିଡାଙ୍କ ସମେତ କର୍ମଚାରୀ ପରିଚାଳନା କରିଥିଲେ ।

କ୍ଷୁଦ୍ର ସ୍ଥନ୍ୟପାୟୀ ଜୀବ ବଜ୍ରକାପ୍ତା ବିଶ୍ବର ବିଲୁପ୍ତ ପ୍ରାୟ ପ୍ରଜାତୀ ଜୀବଙ୍କ ଶ୍ରେଣୀଭୁକ୍ତ ହୋଇଥିବାରୁ ଗତ ୨୦୦୯ ମସିହା ଫେବୃଆରୀ ମାସ ୨୦ ତାରିଖରେ ଅର୍ଥାତ ଅଜିର ଦିନକୁ ନନ୍ଦନକାନନ କର୍ତୁପକ୍ଷ ବିଶ୍ବ ବଜ୍ରକାପ୍ତା ଦିବସ ଭାବେ ପାଳନ କରିଆସୁଛନ୍ତି।

Leave a Reply

Your email address will not be published.