ବିଶ୍ବ ଚଟକ ଦିବସ ବା  ଘରଚଟିଆ ଦିବସ

ଭୁବନେଶ୍ବର: ଆଜି ଜୁନ୍ ମାସ ୨୦ ତାରିଖ ହେଉଛି ବିଶ୍ବ ’ଚଟକ ଦିବସ’ ବା ଘରଚଟିଆ ପକ୍ଷୀ ଦିବସ। ମଣିଷ ସମାଜର ଘର,ବାଡି କ୍ଷେତ ଓ ଆଖପାଖ ପରିବେଶରେ ରହିବାକୁ ପସନ୍ଦ କରୁଥିବା ଘର ଚଟିଆ ପକ୍ଷୀ ମାନଙ୍କ ସୁରକ୍ଷା ଓ ସେମାନଙ୍କ ସଂରକ୍ଷଣ ପାଇଁ ସଚେତନ କରାଇବା ଲାଗି ଦିବସ ଟିଏ। ଯାହାକୁ ଗତ ୨୦୧୦ ମସିହା ମାର୍ଚ୍ଚ ମାସରୁ ଆଜିର ଦିନକୁ ବିଶ୍ବ ’ଚଟକ ଦିବସ’ ଭାବରେ ପାଳନ କରାଯାଇ ଆସୁଛି। ପ୍ରଥମେ ଏହି ଦିବସ ପାଳନର ପରିକଳ୍ପନା  ପ୍ରସ୍ତାବ ଦେଇଥିଲେ ମହାରାଷ୍ଟ୍ର ନାଶିକର ପକ୍ଷୀ ପ୍ରେମୀ ଘରଚଟିଆ ସଂରକ୍ଷକ ମହମ୍ମଦ ଦିଲାବର। ସେ ନେଚର ଫର ଏଭର ନାମକ ସୋସାଇଟ ଗଠନ ରିଥିଲେ। ପରବର୍ତ୍ତି ସମୟରେ ନେଚର ଫର ଏଭର  ସୋସାଇଟ ଓ ଫ୍ରାନ୍ସର ’ଇକୋ – ସିସ୍ ଆକ୍ସନ୍ ଫାଉଣ୍ଡେସନର ମିଳିତ ଅନୁକୂଲ୍ୟରେ ସମଗ୍ର ବିଶ୍ବରେ ’ଚଟକ ଦିବସ’ ପାଳନ କରାଯାଇ ଆସୁଅଛି ।

ଘର ଚଟିଆ  ଏକ କ୍ଷୁଦ୍ର ଶସ୍ୟ ଭକ୍ଷି ପକ୍ଷୀ। ଅତ୍ୟନ୍ତ ଛେଟ ଶକ୍ତ ଥଣ୍ଟରେ ସେ ଅନ୍ୟାୟସ ଶକ୍ତ ଶସ୍ୟରୁ ଚୋପା ଛଡାଇ ଖାଇପାରେ। ଏମାନେ ମାନବ ସମାଜ ବସବ‌ାସ କରୁଥିବା ଆଖ ପାଖ ପରି‌ବେଶ ଓ ଶସ୍ୟ କ୍ଷେତ ନିକଟରେ ବସବାସ କରିବାକୁ ପସନ୍ଦ କରନ୍ତି। ସଂଘବଦ୍ଧ ଭାବେ ରହିବାକୁ ପସନ୍ଦ କରନ୍ତି। ଖଣି ଖାଦାନ ବହୁଳ ପରିମାଣରେ ଦେଖିବାକୁ ମିଳନ୍ତି। ଭୂଭାଗରୁ ଖୁବ୍ କମ ଉଚ୍ଚରେ ଉଡି ବୁଲି ଖାଦ୍ୟ ଅନ୍ବେଷଣ କରିଥାଆନ୍ତି। ଖାଦ୍ୟ  ଅନ୍ବେଷଣ ଓ ପ୍ରଜନନ ସମୟରେ ଜନ ବସତିକୁ ଆସିଥାଆନ୍ତି। ବର୍ଷକୁ ଥରେ ଗ୍ରୀଷ୍ମ ଋତୁରେ  ପ୍ରଜନନ କରିଥାଆନ୍ତି। ପ୍ରଜନନ ସମୟରେ ଉଭୟ ଅଣ୍ଡିରା ଓ ମାଈ ଯୋଡିବାନ୍ଧି ରହିଥାଆନ୍ତି। ଅଣ୍ଡା ଦେବା ପରେ ଉଭୟ ମା’ ଓ ବାପ ଯତ୍ନ ନେଇଥାଆନ୍ତି। ଅଣ୍ଡା ଦେବାର ଏଗାର ଦିନ ପରେ ସେଥିରୁ ଛଆ ଫୁଟି ବାହାରନ୍ତି।

Leave a Reply

Your email address will not be published.