୧୨ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି

ଭୂବନେଶ୍ବର: ୧୨ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଆହୁରି ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ କରି ନୂଆପଡା, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ଗତ ୩୬ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ୧୨୦.୮ ମିମି ବର୍ଷା ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ବି ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇଠାରେ ରାଜ୍ୟର ସର୍ବାଧିକ ବର୍ଷାନ ୨୩ ସେମି ରେକର୍ଡ ହୋଇଛି । ଏହାବ୍ୟତୀତ କଟକର କଣ୍ଟାପଡ଼ାରେ ୧୯ ସେମି, ପୁରୀର ନିମାପଡ଼ାରେ ୧୬ ସେମି, ବାଲେଶ୍ବରର ଭୋଗରାଇରେ ୧୩, ଜଗତ୍‌ସିଂହପୁରର କୁଜଙ୍ଗରେ ୧୩, ବାଲେଶ୍ବରର ଜଳେଶ୍ବରରେ ୧୨, ଖୋର୍ଦ୍ଧାର ବାଲିପାଟଣାରେ ୧୨, ପୁରୀର ପିପିଲିରେ ୧୧, ଭୁବନେଶ୍ବରରେ ୧୧, କଟକ ମୁଣ୍ଡୁଳିରେ ୧୧ ଓ ‌ସାଲେପୁରରେ ୧୦ ସେମି ବର୍ଷା ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published.