ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରୁଛନ୍ତି ୪୩ ମନ୍ତ୍ରୀ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ମନ୍ତ୍ରୀଙ୍କର ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି । ଏହି ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟୟରେ ରାଷ୍ଟ୍ରପତି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ନୂତନ ରୂପେ କ୍ୟାବିନେଟ ମନ୍ତ୍ରୀରେ ନିଯୁକ୍ତି ପାଇଛନ୍ତି କିରନ ରିଜିଜୁ, ରାଜକୁମାର ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡବ୍ୟ, ଭୁପେନ୍ଦ୍ର ଯାଦବ, ପରଷୋତ୍ତମ ରୁପାଲା, ଜି. କିଷାନ ରେଡ୍ଡି, ଅନୁରାଗ ସିଂ ଠାକୁର ।

ସେହିପରି ନାରାୟଣ ରାଣେ, ସର୍ବାନନ୍ଦ ସୋନଓ୍ୱାଲ, ଡର ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆର. ପି. ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରସ, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ ବଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂ ବର୍ମା ଓ ଦର୍ଶନା ବିକ୍ରମ ଜରଦୋଷ ନିଯୁକ୍ତି ପାଇଛନ୍ତି ।

Leave a Reply

Your email address will not be published.