ତହସିଲଦାରଙ୍କୁ ଚାଷୀଙ୍କ ଦାବିପତ୍ର

ବଲାଙ୍ଗୀର : ମରୁଡି ଓ କାଳିଆ ସହାୟତା ରାଶି ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେଲେ ଚାଷୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସଇଁତଲା ତହସିଲ ଅଂଚଳରେ । ଗତ ୨୦୧୯ ରେ ସଇଁତଲା ବ୍ଲକରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ୨୨ ଗୋଟି ପଞ୍ଚାୟତରେ ଫସଲ ନଷ୍ଟ ହୋଇଥିଲା , ଲୋକେ ଫସଲ ବୀମା ଓ ମରୁଡି ସହାୟତା ପାଇବାରୁ ବଞ୍ଚିତ ହୋଇଥିଲେ । ଏହା ସହିତ କାଳିଆ ଯୋଜନାରେ ମଧ୍ୟ ୭୦ ପ୍ରତିଶତ ଲୋକଙ୍କୁ ବର୍ତମାନ ପଯ୍ୟନ୍ତ ଟଙ୍କା ମିଳିନାହିଁ । ଏହାର ପ୍ରତିବାଦରେ ଜିଲ୍ଲା କୃଷକ ମହାସଙ୍ଘର ସଇଁତଲା ଶାଖା ତରଫରୁ ଗୋପାଳ ମନହୀରାଙ୍କ ନେତୃତ୍ୱରେ କରୋନାକୁ ଦୃଷ୍ଟିରେ ରଖି କମ ସଂଖ୍ୟକ ଚାଷୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ତହସିଲଦାର ଡା. ଲଳିତ ବାଗଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published.