ବଢିବାରେ ଲାଗିଛି କଂଗ୍ରେସର ଦଳୀୟ କନ୍ଦଳ

ନୂଆଦିଲ୍ଲୀ, (ନାଗରାଜ ନ୍ଯୁଜ): କଂଗ୍ରେସର ଦଳୀୟ କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି । ପଞ୍ଜାବରେ ଲାଗି ରହିଥିବା ରାଜନୈତିକ ଉଶ୍ମତା ଥଣ୍ଡା ପଡିଆସୁଥିବା ବେଳେ ଏବେ ଛତିଶଗଡରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳୀୟ କନ୍ଦଳ ତିବ୍ର ହୋଇଛି । ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ମନ୍ତ୍ରୀ ଟି ଏସ ସିଂଦେଓ ଦଳର ହାଇକମାଣ୍ଡଙ୍କ ସହିତ ବୈଠକ ପାଇଁ ଦିଲ୍ଲୀରେ ପହଁଞ୍ଚିଛନ୍ତି । 

ସୂଚନା ଅନୁଯାୟୀ ରାଜ୍ୟରେ ୨୦୧୮ ରେ ସରକାର ଗଠନ ସମୟରେ ବାଘେଲ ଏବଂ ସିଂଦେଓଙ୍କୁ ଜଣାଇଥିଲେ ଯେ ମୁଖ୍ୟମନ୍ତ୍ରୀ ପଦ ଅଡେଇ ଅଢେଇ ବର୍ଷ ପାଇଁ ସେମାନଙ୍କ ପାଖରେ ରହିବ । ତେବେ ବାଘେଲ ନିୟମିତ ଭାବରେ ଏହି କଥାକୁ ଅସ୍ୱୀକାର କରି ଆସୁଥିଲେ । ଏହି ବୈଠକରେ ରାହୁଲ ଗାନ୍ଧୀଙ୍କ ସମେତ ଛତିଶଗଡ କଂଗ୍ରେସ ପ୍ରଭାରୀ ପି.ଏଲ ପୁନିଆ ଓ କଂଗ୍ରେସ ସାଂଗଠନିକ ମହାସଚିବ କେ.ସି ବେଣୁ ଗୋପାଳ ସାମିଲ ରହିବେ ।

ଛତିଶଗଡରେ ଭୁପେଶ ବାଘେଲଙ୍କ ନେତୃତ୍ୱରେ ସରକାର ଜୁନ୍ ମାସରେ ଅଢେଇ ବର୍ଷ କାର୍ଯ୍ୟ ପୁରଣ କରିଛି । ତେବେ ସୂଚନା ମୁତାବକ ସିଂଦେଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ତଥା ରାଜ୍ୟରେ ଶାସନ ସହ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗକୁ ହାଇକମାଣ୍ଡଙ୍କ ନିକଟରେ ଉପସ୍ଥାପନ କରିପାରନ୍ତି । ଖବର ମୁତାବକ ସିଂଦେଓ ହାଇ କମାଣ୍ଡଙ୍କ ଇଚ୍ଛାକୁ ମାନିପାରନ୍ତି ଏବଂ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣ କରିବେ, କିନ୍ତୁ କିଛି ନେତା କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ପଦ ପରିବର୍ତ୍ତନ ନହୁଏ ତେବେ ସିଂଦେଓ ମନ୍ତ୍ରୀମଣ୍ଡଳରୁ ଇସ୍ଥପା ଦେଇ ପାରନ୍ତି ।

Leave a Reply

Your email address will not be published.