ଗାଁ କରୋନା ମୁକ୍ତ ହେଲେ ମିଳିବ ୫୦ ଲକ୍ଷ ଟଙ୍କା

ମହାରାଷ୍ଟ୍ର: ଗାଁ କରୋନା ମୁକ୍ତ ହେଲେ ମିଳିବ ୫୦ ଲକ୍ଷ ଟଙ୍କା । ଏଭଳି ଘୋଷଣା କରିଛନ୍ତି ମହାରାଷ୍ଟ୍ରର ସରକାର ଉଦ୍ଧବ ଠାକରେ । କରୋନା ସଂକ୍ରମଣ ରୋକିବା ପାଇଁ ମହାରାଷ୍ଟ୍ର ଏକ ନୂଆ ପ୍ରତିଯୋଗିତା ପନ୍ଥା ଆପଣାଇଛି । ବିଶେଷତଃ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ରୋକିବା ନିମନ୍ତେ ଗ୍ରାମବାସୀଙ୍କୁ ଉତ୍ସାହିତ କରିବା ଲାଗି ସରକାର ଏହି ପ୍ରତିଯୋଗିତାର ବ୍ୟବସ୍ଥା କରିଛନ୍ତି ।

ସେପଟେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହାସନ ମୁଶ୍ରିଫ କହିଛନ୍ତି, ମୋ ଗ୍ରାମ କରୋନା ମୁକ୍ତ ପଦକ୍ଷେପର ଏକ ଅଂଶ । ସମଗ୍ର ରାଜ୍ୟକୁ କରୋନା ମୁକ୍ତ କରିବା ଏହାର ମୁଖ୍ୟ ଲକ୍ଷ୍ୟ । ମହାମାରୀ କରୋନାର ପରିଚାଳନା ପାଇଁ ରାଜ୍ୟର ୬ଟି ରାଜସ୍ୱ ବିଭାଗର ୩ଟି ଗ୍ରାମପଞ୍ଚାୟତକୁ ପୁରସ୍କାର ପ୍ରଦାନ କରାଯିବ ।

ପ୍ରଥମ ସ୍ଥାନ ଅଧିକାର କରୁଥିବା ଗାଁକୁ ୫୦ଲକ୍ଷ ଟଙ୍କା ପୁରସ୍କାର, ଦ୍ୱିତୀୟ ଓ ତୃତୀୟ ବିବେଚିତ ହେଉଥିବା ଗାଁକୁ ଯଥାକ୍ରମେ ୨୫ଲକ୍ଷ ଓ ୧୫ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।

Leave a Reply

Your email address will not be published.