ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ: ଲୋୟର ପିଏମଜିରେ ପୁଲିସ ବିଜେପି ମୁହାଁମୁହିଁ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ମମିତା ମେହେର ହତ୍ୟା ପ୍ରସଙ୍ଗ ନେଇ ଦିନି ପ୍ରତିଦିନ ପ୍ରତିବାଦ ତୀବ୍ର ହେବାରେ ଲାଗିଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧି । ଏହାସହ ବିଧାନସଭାରେ ମଧ୍ୟ ମମିତା ହତ୍ୟା ପ୍ରସଙ୍ଗକୁ ନେଇ ବିରୋଧିଙ୍କ ହୋ-ହଲ୍ଳା ଚାଲିଛି । ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ବିଜେପି କର୍ମୀମାନେ ଆଜି ବିଧାନସଭା ଘେରାଉ କରିବାକୁ ରାଲି ଆରମ୍ଭ କରିଥିଲେ । ଦଳୀୟ ଅଫିସରୁ ବିଧାନସଭା ଅଭିମୁଖେ ରାଲି ଆରମ୍ଭ କରିଥିଲେ । କିନ୍ତୁ ବିଧାନସଭା ପୂର୍ବରୁ ବିଜେପି କର୍ମୀମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଛି କମିସନରେଟ ପୁଲିସ । ଯାହାକୁ ନେଇ ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ୍ ମୁହାଁମୁହିଁ ହୋଇଛନ୍ତି ।

ଯାହାକୁ ନେଇ ଭୁବନେଶ୍ୱର ଲୋୟର ପିଏମଜି ଅଶାନ୍ତ ହୋଇପଡ଼ିଥିଲା । କିଛି ସମୟ ପାଇଁ ଏକପ୍ରକାର ଯୁଦ୍ଧ କ୍ଷେତ୍ର ପାଲଟିଯାଇଛି । ବିଜେପି କର୍ମୀ ମାନଙ୍କୁ ଅଟକାଇବାକୁ ଏବେ ପୁଲିସ ନାକେଦମ୍ ହୋଇଥିବା ବେଳେ ଲାଠିଚାର୍ଜ ମଧ୍ୟ ଆରମ୍ଭ ହୋଇଛି । ବିଜେପି କର୍ମୀମାନଙ୍କ ଏହି ପ୍ରତିବାଦ ଏବେ ଜୋରଦାର ହେଉଥିବା ନଜର ଆସୁଛି । ବିଧାନସଭା ପୂର୍ବରୁ ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା । ଏହାପରେ ଦ୍ୱିତୀୟ ବ୍ୟାରିକେଡ୍ ପାଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିଛି ବିଜେପି କର୍ମୀଙ୍କୁ ପୁଲିସ ଗିରଫ କରିଛି । ମମିତାଙ୍କ ମେହେରଙ୍କ ନ୍ୟାୟ ଦାବିରେ ବିକ୍ଷୋଭ ଆଗକୁ ଆହୁରି ତୀବ୍ର ହେବ ବୋଲି ରାଲି ଆରମ୍ଭରୁ ବିଜେପି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published.