ଛାତ୍ର କଂଗ୍ରେସ କର୍ମୀମାନଙ୍କ ଉପରେ ପୁଲିସ ଲାଠି ଚାର୍ଜ ପ୍ରସଙ୍ଗ, ସାମ୍ବାଦିକ ସମ୍ମିଳନୀରେ କଡ଼ା ମନ୍ତବ୍ୟ ରଖିଲେ ନରସିଂହ ମିଶ୍ର

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଗତକାଲି ପୁଲିସ ଛାତ୍ର କଂଗ୍ରେସ କର୍ମୀମାନଙ୍କ ଉପରକୁ ଲାଠି ଚାର୍ଜ କରିଥିଲା । ଏହାସହ କଂଗ୍ରେସ ଭବନ ଭିତରେ ପଶି କର୍ମୀଙ୍କୁ ମାଡ଼ ମାରିଥିଲା । ଏନେଇ ଆଜି କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଥିଲା । ଯେଉଁଥିରେ ବିଧାୟକ ଦଳ ନେତା ନରସିଂହ ମିଶ୍ର କଡ଼ା ମନ୍ତବ୍ୟ ପ୍ରକାଶ କରିଛନ୍ତି । ତେବେ ଲୋୟର ପିଏମଜି ଗତକାଲି ଯେଉଁଭଳି ଭାବରେ ରଣକ୍ଷେତ୍ର ପାଲଟିଥିଲା ଆଉ କଂଗ୍ରେସ କର୍ମୀଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ନରସିଂହ ମିଶ୍ର କହିଛନ୍ତି ଯେ ପୁଲିସ କାହାର ଅନୁମତି ନେଇ କଂଗ୍ରେସ ଭବନ ଭିତରକୁ ପଶିଥିଲା ? ଦାୟିତ୍ୱରେ ଥିବା ପୁଲିସ ବୋଧହୁଏ ସିଆରପିସି ପଢ଼ିନାହାନ୍ତି । ତେଣୁ ପୁଲିସ ବିରୋଧରେ ୩୦୭ ଦଫାରେ କାର୍ୟ୍ୟାନୁଷ୍ଠାନ ହେବା ସହିତ କଂଗ୍ରେସକର୍ମୀଙ୍କୁ ପୁଲିସ କ୍ଷତିପୂରଣ ଦେଉ ବୋଲି ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ନରସିଂହ ମିଶ୍ର ।

ଯେଉଁ କଂଗ୍ରେସ କର୍ମୀ ଇଂରେଜଙ୍କ ଗୁଳିକୁ ଡରିନଥିଲେ ସେ ମାଡ଼ରେ ଡରିଯିବ ନାହିଁ । ଆଉ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସୂଚନା ଅନୂସାରେ ଗତକାଲି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ତଥା ମମିତା ମେହେରଙ୍କୁ ନ୍ୟାୟ ଦାବି କରି ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିବାକୁ ଚେଷ୍ଟା କରିବା ସମୟରେ ପୁଲିସ କର୍ମୀ ସେମାନଙ୍କୁ ଅତି ନୃଶଂସ ଭାବରେ ଗୋଡାଇ ଗୋଡାଇ ପିଟିଥିଲେ ।

Leave a Reply

Your email address will not be published.