ତୈଳ ଦର ଏବଂ ଜାଳେଣୀ ଗ୍ୟାସର ଅହେତୁକ ଦରବୃଦ୍ଧି ନେଇ ଓଡ଼ିଶା ରାଜ୍ୟ କଂଗ୍ରେସ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପ୍ରତିବାଦ

ଭୂବନେଶ୍ବର: ଗତକାଲି ତୈଳ ଦର ଏବଂ ଜାଳେଣୀ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୋଦ୍ଧରେ ଓଡ଼ିଶା ରାଜ୍ୟ କଂଗ୍ରେସ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପ୍ରତିବାଦ କରିଛି । ସକାଳ ୭ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ୪ ଘଂଟା ପାଇଁ ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ କୋଭିଡ ମହାମାରୀର ଗାଇଡଲାଇନକୁ ଅନୁସରଣ କରି ଦରଦାମକୁ କମାଇବା ପାଇଁ ପ୍ରତିବାଦ କରାଯାଇଥିଲା।

କଂଗ୍ରେସର ପ୍ରତିବାଦ ଅନୁସାରେ ଓଡ଼ିଶାର ଉପାନ୍ତ ଓ ପଶ୍ଚିମାଂଚଳରେ ବହୁ ଜିଲ୍ଲାରେ ପେଟ୍ରୋଲର ଦାମ ୧୦୦ ଟଙ୍କା ଲିଟରକୁ ପ୍ରତି ରହିଛି, ଏବଂ ଡିଜେଲ ୯୫ ଟଙ୍କାକୁ ବୃଦ୍ଧି ହୋଇଗଲାଣି ଏବଂ ଘରୋଇ ଗ୍ୟାସ ୧୪.୨ କେଜିର ମୂଲ୍ୟ ରହିଛି ଆଜି ୮୫୦ ଟଙ୍କାରୁ ୯୦୦ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ୨୦୨୦ ମସିହା ମାର୍ଚ୍ଚ ମାସ ୨୪ ତାରିଖରୁ ୨୦୨୧ ମସିହା ଜୁନ ମାସ ୧୧ ତାରିଖ ପର୍ଯ୍ୟନ୍ତ ପାଖାପାଖି ୩ କୋଟିରୁ ଅଧିକ ଲୋକ ନିଜର ରୋଜଗାରୀ ହରାଇସାରିଛନ୍ତି । ତତସହିତ ସେମାନଙ୍କୁ ମଧ୍ୟରୁ ଖଟିଖିଆ ଶ୍ରମିକ, ଉଠା ବ୍ୟବସାୟୀ, କୃଷକ, କୃଷି ଶ୍ରମିକ, ନିମ୍ନ ମଧ୍ୟବିତ, ସ୍ୱଳ୍ପଆୟକାରୀ ଏସମସ୍ତ ବର୍ଗର ଲୋକ ଆଜି ହନ୍ତସନ୍ତ ହେଉଥିଲା ବେଳେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ରାଜ୍ୟ ରାଜକୋଷକୁ ପୂରଣ କରିବାରେ ଲାଗିପଡ଼ିଛନ୍ତି । ତେଣୁ ଏହି ସମସ୍ତ ଦିଗ ଉପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦୃଷ୍ଟି ଦେବା ପରେ ଆମେ ଏହି ପ୍ରତିବାଦ କରିଛୁ ବୋଲି କଂଗ୍ରେସ ପ୍ରତିବାଦ କାରୀଙ୍କ ଠାରୁ ଶୁଣିବାକୁ ମିଳିଛି ।

Leave a Reply

Your email address will not be published.