ପ୍ରଦୀପ୍ତ ନାଏକ ଏବେ ସୁସ୍ଥ

ଭୂବନେଶ୍ବର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଦ୍ଧାର ଆସିଛି । ସେ କୋଭିଡରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ବୋଲି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।

ଗତ ୧୫ ଦିନ ହେବ ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ରହିଛି ଓ ତାଙ୍କୁ କୌଣସି ଲାଇଫ ସପୋର୍ଟ ସିଷ୍ଟମ ଆବଶ୍ୟକ ପଡୁନାହିଁ । ସେ ଏବେ ଆଇସିୟୁରୁ ବାହାରି ସାଧାରଣ ୱାର୍ଡରେ ଅଛନ୍ତି ।

ସେ କହିଛନ୍ତିଯେ, ଶ୍ରୀ ନାଏକ ଏବେ ଚଲାବୁଲା କରିବା ସହିତ ଫୋନରେ ଘର ଲୋକଙ୍କ ସହ କଥା ହେଉଛନ୍ତି । ଏବେ ସେ କୌଣସି ପ୍ରକାର ଲାଇଫ ସପୋର୍ଟ ସିଷ୍ଟମ ସହ ନାହାନ୍ତି । ଯଦି ସ୍ୱାସ୍ଥ୍ୟାବସ୍ଥା ଏହିଭଳି ସୁଧାର ଆସେ ତାହେଲେ ଦୁଇ-ଚାରି ଦିନ ଭିତରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି

Leave a Reply

Your email address will not be published.