ବାରଙ୍ଗ ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ବାରଙ୍ଗ, (ନାଗରାଜ ନ୍ୟୁଜ ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗତକାଲି ଥିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଦ୍ୱିତୀୟ ପର୍ଯ୍ୟାୟରେ କଟକର ବାରଙ୍ଗ, ନିଶ୍ଚିନ୍ତକୋଇଲି ଏବଂ ବଡମ୍ବା ବ୍ଲକ୍ ରେ ହୋଇଥିଲା ମତଦାନ । ବାରଙ୍ଗ ବ୍ଲକ୍ ର ବିଭିନ୍ନ ପଞ୍ଚାୟତରେ ଭୋଟରମାନେ ନିଜର ମତ ସାବ୍ୟସ୍ତ କରିଛନ୍ତି । ବାରଙ୍ଗ ବ୍ଲକ୍ ର ୧୬ ଟି ପଞ୍ଚାୟତରୁ ୬୧ ଜଣ ସମିତି ସଭ୍ୟ, ୬୩ ଜଣ ସରପଞ୍ଚ, ୯ ଜିଲ୍ଲା ପରିଷଦ ସଭ୍ୟ ଏବଂ ୩୮୫ ୱାର୍ଡ ମେମ୍ବର ପ୍ରାର୍ଥୀ ଚଳିତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ବାରଙ୍ଗର ୩୨ ଏବଂ ୩୩ ନମ୍ବର ଜୋନ୍ ର ମୋଟ୍ ୨୩୦ ଟି ବୁଥରେ ମତଦାନ ହେଉଥିବାବେଳେ ମୋଟ୍ ୭୪ ହଜାର ୨୧୯ ଜଣ ଭୋଟର ରହିଛନ୍ତି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇ ଦିନ ଗୋଟାଏରେ ଶେଷ ହୋଇଥିଲା । ଭୋଟ୍ ଗ୍ରହଣ କେନ୍ଦ୍ର ଗୁଡିକରେ ପ୍ରିଜାଇଡିଂ ଅଫିସର ଏବଂ ପୋଲିଂ ଅଫିସରମାନେ ନିୟୋଜିତ ରହି ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିଥିଲେ । ଅପରପଟେ ସକାଳ ୭ ରୁ ଭୋଟରମାନେ ଲମ୍ବା ଧାଡିରେ ରହି ମତଦାନ କରିଛନ୍ତି । ମତଦାତାମାନେ ବାରଙ୍ଗ ବ୍ଲକ୍ ରେ ବିଭିନ୍ନ ବୁଥ୍ ରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଥିବାବେଳେ ଭୋଟ୍ ବାକ୍ସ ଗୁଡିକ ସୁରକ୍ଷିତ ରଖିବାକୁ ଷ୍ଟ୍ରଙ୍ଗ୍ ରୁମରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.