ଆଜି ଦିନ ୧୧ଟାରେ ବସିଲା ସର୍ବ ଦଳୀୟ ବୈଠକ

ନୂଆଦିଲ୍ଲୀ: ଆଜି ଦିନ ୧୧ ଟାରେ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଜୁଲାଇ ୧୯ ତଥା ଆସନ୍ତା କାଲି କେନ୍ଦ୍ରର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଅଧିବେଶନରେ ଆଲୋଚନା ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଜି ବସୁଛି ପ୍ରସ୍ତୁତି ବୈଠକ । ସବୁ ଅଧିବେଶନକୁ ସୂଚାରୁ ରୂପେ ଚଳାଇବା ପାଇଁ ଅଧିବେଶନ ପୂର୍ବରୁ ସର୍ବ ଦଳୀୟ ବୈଠକ ବସିବାର ପରମ୍ପରା ରହିଥିବା ବେଳେ ଆଜି ସେହି ବୈଠକ ବସିବାକୁ ଯାଉଛି । ମୌସୁମି ଅଧିବେଶନକୁ ସଫଳ କରିବା ପାଇଁ ଏହି ବୈଠକରେ ଆଲୋଚନା କରାଯିବ ।

ଚଳିତ ବର୍ଷ କେନ୍ଦ୍ରର ମୌସୁମୀ ଅଧିବେଶନ ଜୁଲାଇ ୧୯ ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । କରୋନାର ଦ୍ୱିତୀୟ ଲହର ସମୟରେ ପ୍ରଥମ ଅଧିବେଶନ ବସିବାକୁ ଯାଉଥିବା ବେଳେ ଏହି ୧୯ ଦିନର ଅଧିବେଶନ ବେଶ୍ ସରଗରମ ରହିବ ବୋଲି ଆଶା କରାଯାଉଛି । କେନ୍ଦ୍ର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ତରଫରୁ ଏହି ସର୍ବଦଳୀୟ ବୈଠକ ଡକାଯାଇଛି ।

ଆଜି ଦିନ ୧୧ ଟାରେ ଆରମ୍ଭ ହେବାକୁ ଥିବା ସର୍ବ ଦଳୀୟ ବୈଠକରେ ଶାସକ ଦଳ ସମେତ ସମସ୍ତ ବିରୋଧି ଓ ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।ଅନ୍ୟପଟେ ଅଧିବେଶନ ସମସ୍ତ କୋଭିଡ୍ ନିୟମକୁ ଅନୁପାଳନ କରି ଚାଲି ବୋଲି ସୂଚନା ଦେଇଛନ୍ତି ଲୋକସଭା ସ୍ପିକର ଓମ୍ ବିର୍ଲା । ଅଧିବେଶନ ରେ ସାମିଲ ହେବା ପାଇଁ ସମସ୍ତ ସାଂସଦ ମାନଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ର ଦ୍ୱିତୀୟ ଡୋଜ୍ ନେଇ ସାରିଥିବା ଆବଶ୍ୟକ ରହିଥିବା ବେଳେ ଯେଉଁମାନେ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି ସେମାନେ ସେମାନଙ୍କର ୭୨ ଘଣ୍ଟା ପୂର୍ବର ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

ଅଧିବେଶନରେ ବିରୋଧିଙ୍କ ପାଖରେ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ଅନେକ କାର୍ଡ ରହିଥିବା ବେଳେ କେନ୍ଦ୍ର ସରକାର ଏହି ଅଧିବେଶନରେ କରୋନା ମହାମାରୀର ତୃତୀୟ ଲହର ପ୍ରସ୍ତୁତି କୁ ବେଶି ଫୋକସ୍ କରିପାରନ୍ତି । ଏହା ସହିତ ଦେଶର ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଓ କୋଭିଡ୍ ପରିଚାଳନା ପାଇଁ କିଛି ନୂଆ ପଦକ୍ଷପ ମଧ୍ୟ ନେଇପାରନ୍ତି ।

Leave a Reply

Your email address will not be published.