ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଭୂବନେଶ୍ବର: ବାତ୍ୟା ୟାସକୁ ନେଇ ଆଜି କଂଗ୍ରେସ ଭବନରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଏକ ସାମ୍ବାଦିକ ସମ୍ମିଳନୀ ରଖିଥିଲେ । ବାତ୍ୟା ପରିଚାଳନା ବିଷୟରେ କହିବା ସହିତ ରିଲିଫ‌‌ କାହଁକି ପହଁଚି ପାରିଲାନି ସେନେଇ ସରକାରଙ୍କୁ ସମଲୋଚନା କରିଥିଲେ । ଏହାସହିତ ରାଜ୍ୟ ସରକାର ବାତ୍ୟା ପ୍ରପିଡିତ ମାନଙ୍କୁ ୭ ଦିନ ଯାଏ ରନ୍ଧା ଖାଦ୍ୟ ଦେବେ ବୋଲି ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ପୂରଣ କଲେନି ବୋଲି ପ୍ରଦୀପ ମାଝି କହିଛନ୍ତି । ସରକାର ବନ୍ୟା ଓ ବାତ୍ୟା ଲୋକଙ୍କୁ ସହାୟତା କରିବାରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଫେଲ ମାରିଛନ୍ତି । ଏହାସହିତ ସରକାର ୧୫ ଦିନ ପାଇ ଖାଦ୍ୟ ଯୋଗାଇ ଦିଅନ୍ତୁ ବୋଲି ପ୍ରଦୀପ ମାଝୀ କହିଛନ୍ତି । ଆଜି କଂଗ୍ରେସ ଭବନରେ ଏହି ପ୍ରେସମିଟ ହେବା ପୂର୍ବରୁ ଖୋର୍ଦ୍ଧାର ଅବଦୁଲ ବାରିକଙ୍କର ନିଧନରେ ଶୋକ ସଭା ହୋଇ ପ୍ରେସ ମିଟ ଅନୁଷ୍ଠିତ ହେଇଥିଲା । ଏହି ପ୍ରେସମିଟରେ ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ କୁମାର ରାଉତରାୟ, ୟାଶିର ଓ ଗୁରୁ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published.