ବିଜେପିରେ ଯୋଗ ଦେଲେ ଦ ଗ୍ରେଟ୍ ଖଲି

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ରେସଲର ଦି ଗ୍ରେଟ୍ ଖଲି ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । WWE ରେସଲର ଖଲିଙ୍କୁ ଆଜି ଦିଲ୍ଲୀରେ ବିଜେପି ସଦସ୍ୟତା ପ୍ରଦାନ କରାଯାଇଛି । ଖଲିଙ୍କ ଘର ହିମାଚଳ ପ୍ରଦେଶର । ତାଙ୍କର ପ୍ରକୃତ ନାମ ହେଉଛି ଦଲିପ ସିଂ ରାଣା । ବିଜେପିରେ ଯୋଗଦେବା ପରେ ଖଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ । ଦେଶ ଉପଯୁକ୍ତ ପ୍ରଧାନମନ୍ତ୍ରୀ ପାଇଛି ବୋଲି ଖଲି କହିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ ପାଞ୍ଚଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଦି ଗ୍ରେଟ୍ ଖଲିଙ୍କ ପ୍ରବେଶ ବିଜେପି ପାଇଁ ଲାଭଦାୟକ ହୋଇପାରେ । ଗତବର୍ଷ ଖଲି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ । ଚର୍ଚ୍ଚା ହେଉଥିଲା କି ସେ ତାଙ୍କ ପାର୍ଟିରେ ମିଶିବେ । କିନ୍ତୁ ତା’ପରେ କ’ଣ ହେଲା । ତାହା ଜଣାପଡି ନଥିଲା । ଏବେ ଖଲି ବିଜେପିରେ ଯୋଗ ଦେଇଛନ୍ତି ।

Leave a Reply

Your email address will not be published.