ଆଜିଠୁ ଆରମ୍ଭ ହେଉଛି ମୌସୁମୀ ଅଧିବେଶନ

ଭୂବନେଶ୍ବର, (ନାଗରାଜ ନ୍ଯୁଜ): ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିନିମନ୍ତେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁଲିସ୍ ଡିଜି ଅଭୟ ବିଧାନସଭା ଭିତର ଓ ବାହାରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଏଥର ସୁରକ୍ଷା ଦାୟିତ୍ୱରେ ୩୫ ପ୍ଲାଟୁନ ପୁଲିସ ମୁତୟନ ରହିବେ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ କୁଇକ୍ ଆକ୍ସନ୍ ଟିମ୍ ଓ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ରହିବେ । ଅତିରିକ୍ତ ଡିସିପି, ଏସିପି, ଆଇଆଇସି ଓ ଏସ୍ଆଇଙ୍କ ସମେତ ବଛା ବଛା ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । 

ଏଥିପାଇଁ କଡ଼ା ସୁରକ୍ଷା ବଳୟର ବ୍ୟବସ୍ଥା କରାଯାଇଛି।ଧାରଣାସ୍ଥଳରେ ଯେପରି ଅପ୍ରୀତିକର ପରିସ୍ଥିତି ନଘଟେ, ତା ଉପରେ ଗୁରତ୍ୱ ଦିଆଯିବ । ଏହି ଅଧିବେଶନ ବେଶ ସରଗରମ ରହିବ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ । ମରୁଡ଼ି, ସାର ଅଭାବ, ଜଳସେଚନ ଅଭାବ, ଆଇନ ଶୃଙ୍ଖଳା ପରିସ୍ଥିତି , ମାନବବାଦ ସଙ୍ଗଠନର ଅତ୍ୟାଚାର, ମହାଙ୍ଗା ଡବଲ ମର୍ଡର ଭଳି ଏକାଧିକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରିଛି ବିଜେପି ।

Leave a Reply

Your email address will not be published.