୯ ରାଜ୍ୟରେ ୨୫ଫିଟ ଇଣ୍ଡିଆ ଯୋଗ କେନ୍ଦ୍ରର ଘୋଷଣା କଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରବିବାର ୯ଟି ରାଜ୍ୟରେ ୨୫ଫିଟ ଇଣ୍ଡିଆ ଯୋଗ କେନ୍ଦ୍ରର ଘୋଷଣା କରିଛନ୍ତି କ୍ରୀଡ଼ା ମନ୍ତ୍ରୀ କୀରଣ ରିଜିଜୁ । ଯୋଗ ହେଉଛି ବିଶ୍ୱକୁ ଭାରତର ଉପହର । ଏହା ଆମ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଆଜିର ଦିନରେ ଯୋଗାର ଗୁରୁତ୍ୱ ବଢ଼ିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଦୈନିକ ଯୋଗାସନର ଅଭ୍ୟାସ ରୋଗପ୍ରତିରୋଧକ କ୍ଷମତା ବଢ଼ାଇବା ସହିତ ଆମର ମାନସିକତାକୁ ଶକ୍ତ କରିଥାଏ

ଆୟୁଷ ମନ୍ତ୍ରାଳୟର ସହଯୋଗରେ ଫିଟ ଇଣ୍ଡିଆ ମିଶନ ଦେଶର ୨୫ଟି ପଂଜୀକୃତ ଯୋଗ କେନ୍ଦ୍ରକୁ ‘ଫିଟ ଇଣ୍ଡିଆ ଯୋଗ କେନ୍ଦ୍ରଭାବରେ ଚିହ୍ନଟ କରିଛି । ଏହି ଯୋଗ କେନ୍ଦ୍ରଗୁଡ଼ିକୁ ଜୁନ ୨୧ରେ ସାର୍ଟିଫିକେଟ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ଯୋଗ କେନ୍ଦ୍ର ଗୁଡ଼ିକ ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଆଦି ରାଜ୍ୟରୁ ଚିହ୍ନଟ କରାଯାଇଅଛି । 

Leave a Reply

Your email address will not be published.