ବିଧାନସଭା ଶୀତକାଳୀନ ଅଧିବେଶନ, ବିରୋଧିଙ୍କ ହୋ-ହଲ୍ଲା ଯୋଗୁ ଆଜିବି ଗୃହ ମୁଲତବୀ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ ): ବିଧାନସଭା ଶୀତକାଳୀନ ଅଧିବେସନରେ ଆଜି ବି ଚାଲିପାରୁନି ଗୃହ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଆଜିବି ଗୃହ ମୁଲତବି ରହିଛି । ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହିତ ବିରୋଧୀ ଘଣ୍ଟମାଡ଼ କରିଥିଲେ । ୧୧ଟା ୩୦ ଯାଏଁ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଥିଲେ । ବିଧାନସଭାରେ ଆଜି ବି ମମିତା ମେହେର ହତ୍ୟାକାଣ୍ଡ ଘଟଣା ଉଠିଛି । ବିଜେପି ଓ କଂଗ୍ରେସର ସଦସ୍ୟମାନେ ଗୃହ ମଧ୍ୟ ଭାଗରେ ଘଣ୍ଟ ବାଡେଇବା ସହ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଛନ୍ତି । ଡିସେମ୍ବର ୧ରୁ ବିଧାନସଭା ଆରମ୍ଭ ହୋଇଥିବା ବେଳେ ଆଜି ଯାଏଁ ପ୍ରଶ୍ନକାଳ ଚାଲିପାରୁନି ।
ବିଧାନସଭାରେ ପ୍ରତିଦିନ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ନେଇ ବିରୋଧି ହୋ-ହଲ୍ଲା କରୁଛନ୍ତି । ଯାହା ଫଳରେ ଏଯାଏଁ କୌଣସି ବିଷୟ ବିଶେଷ ଭାବେ ଆଲୋଚନା ହୋଇପାରିନାହିଁ ।

Leave a Reply

Your email address will not be published.