ବିଧାନସଭା ଶିତକାଳୀନ ଅଧିବେଶନ, ମମିତା ମେହେର ହତ୍ୟା ପ୍ରସଙ୍ଗ ନେଇ ବିରୋଧିଙ୍କ ହୋ-ହାଲ୍ଲା

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ବିଧାନସଭାର ଶିତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ଜରିଆରେ ଯୋଡି ହୋଇ ପୁର୍ବତ୍ତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ, ଉମେଶ ଚନ୍ଦ୍ର ସ୍ୱାଇଁ,ରାମରାୟ ମୁଣ୍ଡା, ପୁର୍ବତ୍ତନ ସିପାହି ସୀତାରାମ ମୁର୍ମୁଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାପରେ ଅପରାହ୍ନ ୫ ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଛି । ତେବେ ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏଥିରେ  ଜଡିତ ଥିବା ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ସେ ଦିଗରେ ତଦନ୍ତ କରୁ ନାହିଁ ନେଇ ବୋଲି କଂଗ୍ରେସ କହିଛି । ଏନେଇ କଂଗ୍ରେସ ବିଧାୟକ ମାନେ ବିଧାନସଭାକୁ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭା ଭିତରକୁ ନପୁରାଇ ଦେବାକୁ କଂଗ୍ରେସ ବିଧାୟକମାନେ ବିଧାନସଭାର ୩ ଗେଟ୍‌ରୁ ୨ ଗେଟ୍‌ରେ ଧାରଣାରେ ବସିଛନ୍ତି ।

ଏହି ଅବସରରେ ତେବେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଏହି ମାମଲାରେ ନିଜର ମୁହଁ ଖୋଲୁ ନାହାନ୍ତି । ଏହାସହିତ ସେ ଅଭିଯୋଗ କରିଛନ୍ତିଯେ, ମୁଖ୍ୟମନ୍ତ୍ରୀ ଆଗରୁ ଲେଖା କାଗଜ ପଢୁଥିବାବେଳେ ଏବେ ତାଙ୍କର ଆଗରୁ ରେକର୍ଡ ହୋଇଥିବା ଭିଡିଓ ବଜାଇ ଦିଆଯାଉଛି । ସେ ଏହା ମଧ୍ୟ କହିଛନ୍ତିଯେ, ସାରା ଓଡିଶାବାସୀ ତାଙ୍କୁ ଭୋଟ ଦେଇ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ବେଳେ ସେ ମମିତା ମୃତ୍ୟୁ ମାମଲାରେ ସେ ଚୁପ୍ ରହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉତ୍ତରଦାୟି ହୋଇଥିବା ବେଳେ ସେ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ।

Leave a Reply

Your email address will not be published.