ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଆଜି ତୃତୀୟ ଶ୍ରାଦ୍ଧ ବାର୍ଷିକୀ

ନୂଆଦିଲ୍ଲୀ: ବିଜେପିର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଆଜି ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ଅଟଳ ସମାଧୀ ସ୍ଥଳରେ ରାଷ୍ଟ୍ରପତି ରାମନାଥ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ସେହିପରି ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱର୍ଗତ ବାଜପେୟୀଙ୍କୁ ମନେ ପକାଇଛନ୍ତି ।

ବିରୋଧୀ ଦଳର ନେତାମଧ୍ୟ ବାଜପେୟୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁନଥିଲେ । ସେଥି ପାଇଁ ଆଜି ଦେଶ ବାଜପେୟୀଙ୍କୁ ମନେ ପକାଉଛି । ଭାରତ ରତ୍ନ ବାଜପେୟୀଙ୍କୁ ଦେଶର କିଛି ଭଲ ନେତାଙ୍କ ମଧ୍ୟରେ ଗଣତି କରାଯାଇଥାଏ । ଆଦର୍ଶ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ଦେଶ ମନେ ପକାଉଛି । କାରଣ ବାଜପେୟୀ ନିଜର ଜୀବନ କାଳରେ ଅନେକ ଗୁଡ଼ିଏ ଐତିହାସିକ କାମ କରିଯାଇଛନ୍ତି । ସେ ରାଜନୀତିରେ ଥାଇ ମଧ୍ୟ କୌଣସି ଦଳ ବିରୋଧୀ କାର୍ଯ୍ୟକଳାପ କରୁନଥିଲେ ।

Leave a Reply

Your email address will not be published.