ଉତ୍ତରପ୍ରଦେଶ ନିର୍ବାଚନ: ୨୦୧୭ ତୁଳନାରେ ୩ ପ୍ରତିଶତ କମ୍ ମତଦାନ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ୟ୍ୟାୟର ମତଦନା ଶେଷ ହୋଇଛି । ନିର୍ବାଚନ ଆୟୋଗ ପୂରା ବଳ କଷିଥିଲେ ଯେ, ଏଥର ଭାରିମାତ୍ରାରେ ମତଦାନ ହେବ । କରୋନାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା । କିନ୍ତୁ ଜଣାପଡ଼ିଛି ଯେ, ପ୍ରଥମ ପର୍ୟ୍ୟାୟରେ ୬୦.୧୭ ପ୍ରତିଶତ ମତଦାନ ହୋଇଛି । ଏହା ୨୦୧୭ ତୁଳନାରେ ୩ ପ୍ରତିଶତ କମ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଗତ ବିଧାନସଭା ନିର୍ବାଚନର ପ୍ରଥମ ପର୍ୟ୍ୟାୟରେ ୬୩.୫ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ବର୍ଷ କମ୍ ଭୋଟିଙ୍ଗ ପାଇଁ ଅନେକ କାରଣ ରହିଛି । ସେଥିରୁ ମୁଖ୍ୟତଃ କରୋନା କାରଣରୁ ଅନେକ ମତଦାତା ବୁଥକୁ ଯାଇପାରି ନାହାନ୍ତି । ଗାଜିଆବାଦରେ ଏଥର ୫୪.୭୭ ପ୍ରତିଶତ ମତଦାନ ହୋଇଛି । ୨୦୧୭ରେ ତୁଳନାରେ ଏହା କମ । ୨୦୧୭ ବିଧାନସଭାରେ ଗାଜିଆବାଦରେ ୫୪.୯୯ ପ୍ରତିଶତ ମତଦାନ ହୋଇଥିଲା ।

ସୂଚନାଯୋଗ୍ୟ, ଗୁରୁବାର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ୟ୍ୟାୟ ପାଇ ୧୧ଟି ଜିଲ୍ଲାରେ ୫୮ଟି ବିଧାନସଭା ଆସନରେ ମତଦାନ ହୋଇଥିଲା । ଆଗ୍ରାର ୯, ମେରଠର ୭, ଆଲିଗଡ଼ର ୭, ହାପୁଡର ୩, ବୁଲନ୍ଦସହରର ୭, ମୁଜାଫରନଗରର ୬, ଗାଜିଆବାଦର ୫, ମଥୁରାର ୫, ଶାମଲିର ୩, ଗୌତମବୁଦ୍ଧନଗରର ୩ ଓ ବାଗପତର ୩ ଆସନରେ ଏହି ମତଦାନ ହୋଇଥିଲା । ମୋଟ ୫୮ଟି ମଧ୍ୟରୁ ୧୨ଟି ଆସନ ସମ୍ବେଦନଶୀଳ ଥିଲା । ଏଗୁଡ଼ିକ ହେଲା ଖୈରାଗଡ଼, ଫତେହାବାଦ, ଆଗ୍ରା (ଦକ୍ଷିଣ), ବାହ, ଛାତା, ସରଘନା, ମେରଠ ସହର, ଛପରୌଲି, ବଡୌତ, ବାଗପତ ଓ କୈରାନ ।

 

Leave a Reply

Your email address will not be published.