୭ ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବୁ: ଏସଆରସି

ଭୂବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ବାତ୍ୟା “ୟାସ୍”ର  ସମୀକ୍ଷା ବୈଠକ କରିଛନ୍ତି । ତେବେ ଏହି ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ କିଛି ଅର୍ଥ ଦାବି କରାଯାଇନାହିଁ । ଏହାସହ  ବର୍ତ୍ତମାନର ବାତ୍ୟା ନେଇ ଆମେ କିଛି ଦାବି କରିନୁ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଯାହା ଏବେ ଦରକାର ଆମେ ତାକୁ ଚଳେଇନେବୁ ଏବଂ ଆଗାମୀ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବୁ ବୋଲି ଏସଆରସି ସୂଚନା ଦେଇଛନ୍ତି।

ବୈଠକ ପରେ ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତିଯେ, କ୍ଷୟୟତି ବାବଦ ଅର୍ଥ ରାଶି ଆମେ ବର୍ତ୍ତମାନ କେନ୍ଦ୍ରକୁ କିଛି ମାଗି ନାହୁଁ । ବାତ୍ୟା ମୁକାବିଲା ନେଇ କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ଆଗରେ ଦୁଇଟି ବଡ ଦାବି କରାଯାଇଛି । ବାତ୍ୟା ମୁକାବିଲା ପାଇଁ ବିଜୁଳି ସରବରାହ ବ୍ୟବସ୍ଥା ଏବଂ ସମୁଦ୍ରତଟ ସୁରକ୍ଷା ଓ ଉପକୂଳ ଭିତ୍ତିଭୂମି ବିକାଶ ବିଶେଷକରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍‌ ବ୍ୟବସ୍ଥା ଦାବି କରିବା ସହ ଉନ୍ନତ ଟେକ୍ନୋଲୋଜି, ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି କଲା ଓଡ଼ିଶା। ଉନ୍ନତ ଟେକ୍ନୋଲୋଜି, ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published.