ସୁଶାନ୍ତ ମୃତ୍ୟୁର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ରହସ୍ୟ ଉପରୁ ଉଠିବ ପରଦା । ତଦନ୍ତ କରିବ ସିବିଆଇ । ଆଜି ସିବିଆଇ ତଦନ୍ତକୁ ଅନୁମତି ପ୍ରଦାନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ସିବିଆଇ ତଦନ୍ତ ପାଇଁ ବିହାର ସରକାର ସୁପାରିସ କରିଥିଲେ । ପୂର୍ବରୁ ସୁଶାନ୍ତଙ୍କ ବାପା ବିହାର ପୋଲିସ ପାଖରେ ଏଫ୍‌ଆଇଆର୍ ଦେଇଥିଲେ । ବିହାର ସରକାର ପାଟନାରେ ହୋଇଥିବା ଏଫ୍‌ଆଇଆରକୁ ସିବିଆଇକୁ ଦେବାରେ କୈାଣସି ଭୁଲ୍ ନାହିଁ ବୋଲି କହିଛନ୍ତି । କୋର୍ଟଙ୍କ ଏହି ରାୟ ଆସିବା ପରେ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତି ଖୁସି ପ୍ରକଟ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ବିଜୟ ଆଡକୁ ଏହା ପ୍ରଥମ ପାଦ । ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଥିଲା । ଜୁନ୍ ୧୪ ତାରିଖ ମୁମ୍ବାଇ ବାନ୍ଦ୍ରାସ୍ଥିତ ଫ୍ଲାଟ୍‌ରୁ ସୁଶାନ୍ତଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଶ୍ୱାସରୋଧ ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଥିଲା । ଶୁସାନ୍ତଙ୍କ ମୃତ୍ୟୁର ୫ ଦିନ ପୂର୍ବରୁ ତାଙ୍କ ମ୍ୟାନେଜର ଦିଶ ସାଲିୟନ ମଧ୍ୟ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ମୃତ୍ୟୁ ଘଟଣ। ।ତଦନ୍ତ ଆରମ୍ଭ କରିଥିଲା ମୁମ୍ବାଇ ପୋଲିସ୍ । ତେବେ ମୁମ୍ବାଇ ପୋଲିସ ଉପରେ ଭରଷା କରି ନପାରି ସୁଶାନ୍ତଙ୍କ ବାପା ବିହାର ପାଟଣା ପୋଲିସର ଆଶ୍ରୟ ନେଇଥିଲେ । ସୁଶାନ୍ତଙ୍କ ବାପା କେକେ ସିଂ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତିୀ ତାଙ୍କର ପୁରା ପରିବାର ସହ ଆଉ ୬ ଜଣଙ୍କ ନାଁରେ ମଧ୍ୟ ଏତଲା ଦାୟର କରିଥିଲେ । ପରେ ଏହାର ସିବିଆଇ ତଦନ୍ତ ପାଇଁ ଦାବି ଉଠିଥିଲା । ବଲିଉଡ୍ ଅଭିନେତା ଅଭିନେତ୍ରୀ ସହ ସାଧାରଣ ଲୋକେ ଦାବି କରିଥିଲେ । ଆଜି ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published.