ପୁଣି ଭାରତ ଓ ପାକିସ୍ତାନ କ୍ରିକେଟ୍ ଟିମ୍ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଟି-୨୦ ବିଶ୍ୱକପ୍‌-୨୦୨୨ର କ୍ରୀଡ଼ାସୂଚୀ ଜାରି ହୋଇଛି । ଅଷ୍ଟ୍ରେଲିଆରେ ଚଳିତବର୍ଷ ଆୟୋଜନ ହେବ ଟି-୨୦ ବିଶ୍ୱକପ୍‌-୨୦୨୨ । ବିଶ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆଇସିସି ଦ୍ୱାରା ଶୁକ୍ରବାର ସକାଳୁ ନୂଆ କ୍ରୀଡ଼ାସୂଚୀ ଜାରି କରାଯାଇଛି। ଟି-୨୦ ବିଶ୍ୱକପ୍‌ର ଆରମ୍ଭ ଅକ୍ଟୋବର ୧୬ରୁ ହେବ। ଅକ୍ଟୋବର ୨୨ ତାରିଖ ଠାରୁ ସୁପର-୧୨ ରାଉଣ୍ଡ ଖେଳାଯିବ, ଯେଉଁଥିରେ କି ଅଷ୍ଟ୍ରେଲିଆକୁ ନ୍ୟୁଜିଲାଣ୍ଡ ମୁକାବିଲା କରିବ। ଅକ୍ଟୋବର ୨୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ।

Leave a Reply

Your email address will not be published.