ସାଉଥହାମ୍ପଟନରେ ଖେଳାଯାଉଥିବା ଅନ୍ତିମ ମ୍ୟାଚରେ ୩ ଓ୍ବିକେଟ ହରାଇଛି ଭାରତ

ନୂଆଦିଲ୍ଲୀ: ଇଂଲଣ୍ଡ ଓ ଭାରତ ମଧ୍ୟରେ ସାଉଥହାମ୍ପଟନରେ ଆଜି ହେଉଛି ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ । ଏହାରି ମଧ୍ୟରେ ଅନ୍ତିମ ଦିନର ଖେଳରେ ଉତ୍କଣ୍ଠା ବଢିବା ସହ ଡର ଲାଗି ରହିଛି । ଯେହେତୁ ଆଜି ଭାରତ ନିଜର ଗତକାଲିର ସ୍କୋର ୨ ଓ୍ବିକେଟରେ ୬୪ରନରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । କିନ୍ତୁ ଆଜିର ଖେଳ ଆରମ୍ଭରୁ ହିଁ ଭାରତ ଆଉ ଦୁଇଟି ଓ୍ବିକେଟ ହରାଇ ବିପଦରେ ପଡ଼ିଯାଇଛି ।

ଆଜି ଦଳୀୟ ସ୍କୋର ୭୧ ରନ ହୋଇଥିବାବେଳେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କ ଓ୍ବିକେଟ ହରାଇଥିଲା । ସେ ମାତ୍ର ୧୩ ରନ କରି ଜେମିସନଙ୍କ ବଲରେ ଓ୍ବାଟଲିଂଙ୍କ ହାତରେ ଧରାପଡ଼ିଥିଲେ । ସେହିପରି ଦଳୀୟ ସ୍କୋର ୭୨ ରନ ହୋଇଥିବାବେଳେ ଚେତେଶ୍ବର ପୂଜାରା ଆଉଟ ହୋଇଥିଲେ । ସେ ୮୦ ଟି ବଲ ଖେଳି ମାତ୍ର ୧୫ ରନ କରିଥିଲେ । ଏହାର କିଛି ସମୟ ପରେ ଅଜିଙ୍କ୍ୟ ରାହାଣେ  ବି ମାତ୍ର ୧୫ ରନ କରି ଆଉଟ ହୋଇଥିଲେ ।

ଏବେ କ୍ରିଜରେ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଦେଜା  ଅଛନ୍ତି । ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ଭାରତ ୫ ଓ୍ବିକେଟ ହରାଇ ୧୧୪ ରନ କରିଛି । ଏହା ସହିତ ଭାରତ ନ୍ୟୁଜିଲାଣ୍ଡଠାରୁ ୮୨ ରନରେ ଆଗୁଆ ଅଛି ।

ସାଉଥହାମ୍ପଟନ: ଇଂଲଣ୍ଡର ସାଉଥହାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଫାଇନାଲ ମ୍ୟାଚର ଆଜି ହେଉଛି ୬ଷ୍ଠ ତଥା ଅନ୍ତିମ ଦିବସ । ଅନ୍ତିମ ଦିନରେ ଖେଳର ଉତ୍କଣ୍ଠା ବଢିଯାଇଛି ।

Leave a Reply

Your email address will not be published.