ମୁସ୍ତାକ ଅଲୀ ଟ୍ରଫି ଅଭିଯାନ: ୨୭ ତାରିଖରେ ଲକ୍ଷ୍ନୌ ଗସ୍ତ କରିବ ଓଡ଼ିଶା

କଟକ, (ନାଗରାଜ ନ୍ୟୁଜ): ବିସିସିଆଇ ଘରୋଇ ସିଜିନ ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ଦଳ । ୨୧ ଜଣିଆ ଦଳରେ ସାମିଲ ଥିବା ଖେଳାଳିଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ । ମୁସ୍ତାକ ଅଲୀ ଟ୍ରଫି ପାଇଁ ରାଜେଶ ଧୂପରଙ୍କୁ ଓଡ଼ିଶା ଦଳର ଅଧିନାୟକ ଭାର ଦିଆଯାଇଛି । ଦକ୍ଷ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟଙ୍କୁ ଏହି ଟ୍ରଫି ପାଇଁ ବିଶ୍ରାମ ଦିଆଯାଇଛି ।

ଚଳିତ ମାସ ୨୭ ତାରିଖରେ ଲକ୍ଷ୍ନୌ ଗସ୍ତ କରିବ ଓଡ଼ିଶା । ନଭେମ୍ବର ୪ ତାରିଖରୁ ଆରମ୍ଭ ହେବ ଓଡ଼ିଶାର ମୁସ୍ତାକ ଅଲୀ ଟ୍ରଫି ଅଭିଯାନ । ପ୍ରଥମ ମ୍ୟାଚରେ ଗୋଆକୁ ଭେଟିବ ଓଡ଼ିଶା ଦଳ । ଏହାପରେ ତାମିଲନାଡୁ, ମହାରାଷ୍ଟ୍ର, ପଞ୍ଜାବ ଓ ପୁଡୁଚେରୀକୁ ଟକ୍କର ଦେବ ଓଡ଼ିଶା ଦଳ । ଗତବର୍ଷ କୋଭିଡ ସଂକ୍ରମଣରେ ଅଭ୍ୟାସ ବାଧାପ୍ରାପ୍ତ ହେବାରୁ ଓଡ଼ିଶା ମୁସ୍ତାକ ଅଲୀ ଟ୍ରଫିରେ ଆଖି ଦୃଶିଆ ପଦର୍ଶନ କରି ପାରିନଥିଲା । ଚଳିତ ବର୍ଷ ଓଡ଼ିଶା ଦଳ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି ଓସିଏ । ଅଂଶୁମାନ ରଥ ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି । ସେ ଦଳରେ ନୂଆ ମୁହଁ । ପ୍ରଶିକ୍ଷକ ୱାସିମ୍ ଜାଫରଙ୍କ ନେତୃତ୍ବରେ ଦଳ ଏଥର ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛନ୍ତି ଓସିଏ ଚୟନ କମିଟି ଅଧ୍ୟକ୍ଷ । ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ପକ୍ଷରୁ ଡେବ୍ୟୁ କରିବେ ଅଂଶୁମାନ ରଥ ।

Leave a Reply

Your email address will not be published.