ଫିପା ପାଇଁ ଟିକା ଜରୁରୀ

ନୂଆଦିଲ୍ଲୀ: ଫିପା ବିଶ୍ଵକପ ପାଇଁ ଟିକା ଜରୀରୀ । ସୂଚନା ଅନୁଯାୟୀ ଆସନ୍ତା ବର୍ଷ କତାରରେ ଫିଫା ବିଶ୍ୱକପ୍‌ର ଆୟୋଜନ ହେବ । ଯେଉଁମାନେ ସଂପୂର୍ଣ୍ଣ ଭାବେ କରୋନା ଟିକା ନେଇଛନ୍ତି, ସେହି ପ୍ରଶଂସକମାନେ ଫିଫା ବିଶ୍ୱକପ-୨୦୨୨ ଦେଖିବାର ସୁଯୋଗ ପାଇପାରିବେ । ଟିକା ନେଇ ନଥିଲେ ଷ୍ଟାଡିୟମ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ ନାହିଁ ।

ଗଲ୍ଫ ଆରବ ଷ୍ଟେଟ ୪ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ୨୦୨୨ ନଭେମ୍ବରରେ ଆୟୋଜନ କରିବ । ଫିଫା ପକ୍ଷରୁ କୁହାଯାଇଛିଯେ, ସମସ୍ତ ମ୍ୟାଚରେ ଦର୍ଶକ ରହିବେ । ପ୍ରଧାନମନ୍ତ୍ରୀ ଶେଖ ଖଲିଦ ବିନ ଖଲିଫା ଅବଦୁଲାଜିଜ୍ ଗଣମାଧ୍ୟମକୁ କହିଛନ୍ତି, ସେହି ସମୟ ବେଳକୁ ଅଧିକାଂଶ ଦେଶ ନିଜର ନାଗରିକମାନଙ୍କୁ ଟିକା ଦେଇ ସାରିଥିବେ । ଏହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ କତାର ଅଣ୍ଟା ଭିଡିଛି । ସେ କହିଛନ୍ତି,  ବ୍ୟାପକ ଟିକାକରଣ ପାଇଁ ଆମେ ବିଭିନ୍ନ କଂପାନୀ ସହିତ କଥା ହୋଇଛୁ ।

Leave a Reply

Your email address will not be published.