ସାମ୍ବାଦିକଙ୍କୁ ଭାରତ ମସଲା କିଟ ପ୍ରଦାନ

ବାଙ୍କୀ: ଅଦୈତ ଫଉଣ୍ଡେସନ ପକ୍ଷରୁ ବାଙ୍କୀର ସମସ୍ତ କର୍ମଜୀବୀ ସାମ୍ବାଦିକଙ୍କୁ ଭାରତ ମସଲା କିଟ ପ୍ରଦାନ କରାଯାଇଛି । ଫଉଣ୍ଡେସନର ପ୍ରତିଷ୍ଠାତା ନଳିନୀ କୁମାର ରାୟଙ୍କ ଦ୍ବାରା ବାଙ୍କୀ ପ୍ରେସ କ୍ଲବ ନିକଟ ପିଡବ୍ଲୁ ଆଇବି ଠାରେ କିଟ ବଣ୍ଟନ କରାଯାଇଛି । ପ୍ରେସ କ୍ଲବର ସଭାପତି ବଳଭଦ୍ର ପଣ୍ଡା, ସେକ୍ରେଟାରୀ ସୁବାସ ପ୍ରମୁଖ ଉପସ୍ଥିତ ରହି ବାଙ୍କୀର କର୍ମଜୀବୀ ସାମ୍ବାଦିକଙ୍କୁ ଚିହ୍ନଟ କରି କିଟ ବଣ୍ଟନରେ ସାହଯ୍ୟ କରିଥିଲେ । କରୋନା ସମୟରେ ସାମ୍ବାଦିକଙ୍କୁ ଏହି କିଟ ବଣ୍ଟନ କରାଯାଇଥିବାରୁ ପ୍ରେସ କ୍ଲବ ପକ୍ଷରୁ ସାଧୁବାଦ ଜଣାଇଥିଲେ ପ୍ରେସ କ୍ଲବର ସଭାପତି ବଳଭଦ୍ର ପଣ୍ଡା ।

Leave a Reply

Your email address will not be published.