ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

ନୂଆଦିଲ୍ଳୀ: ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଇସ୍ତଫା ଦେଇଛନ୍ତି । ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିବା ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜୟ ରୂପାନୀ । ତେବେ ଗୁଜରାଟରେ ଆସନ୍ତା ବର୍ଷ ବିଧାନ ସଭା ନିର୍ବାଚନ ହେବାକୁ ଅଛି ଏବଂ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ପଦ ଛାଡ଼ିବାକୁ ଘୋଷଣା କରି ଦେଇଛନ୍ତି । ରୁପାଣୀଙ୍କ ଇସ୍ତାଫା ଗୁଜରାଟ ରାଜନୀତିକୁ ସରଗମ କରିଦେଇଛି ।

ଅନ୍ୟପଟେ ଇସ୍ତଫା ଦେବା ପରେ ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଧୀନରେ କାମ ଜାରି ରଖିବେ ବୋଲି ବିଜୟ ରୂପାନୀ କହିଛନ୍ତି । ଏହାସହିତ ଆଗକୁ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ତାହା ନିଷ୍ଠାର ସହ ନିର୍ବାହ କରିବେ ବୋଲି ମତ ରଖିଛନ୍ତି । ତେବେ ବିଜୟ ରୂପାନୀଙ୍କ ପରେ କିଏ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । ଗୁଜୁରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଦଳ ନିଷ୍ପତି ନେବ ବୋଲି ବିଜୟ ରୂପାନୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିବା ବେଳେ ଆଗକୁ ଗୁଜୁରାଟର ନେତୃତ୍ୱ କାହା ହାତକୁ ଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published.