ବାଂଲାଦେଶର ଜାହାଜରେ ନିଆଁ ଲାଗି ୩୬ ମୃତ୍ୟୁ, ଶତାଧିକ ଆହତ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଦକ୍ଷିଣାଞ୍ଚଳ ବାଂଲାଦେଶରେ ଏକ ଜାହାଜରେ ନିଆଁ ଲାଗି ୩୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଶତାଧିକ ଲୋକେ ଆହତ ହୋଇଥିବା ଜଣାପଡିଛି । ଏନେଇ ସ୍ଥାନୀୟ ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛି । ଅଧିକାଂଶ ଯାତ୍ରୀ ପୋଡି ହୋଇ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ନଦୀକୁ ଡେଇଁ ପଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ନଈ ମଝିରେ ଅଭିଯାନ ନାମରେ ୩ ତାଲିଆ ଛୋଟ ଜାହାଜରେ ନିଆଁ ଲାଗିଥିଲା । ତେବେ ୩୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରୀ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଜାହାଜର ଇଞ୍ଜିନ୍ ରୁମ୍‌ରେ ନିଆଁ ଲାଗିବା ପରେ ତାହା ପୂରା ଜାହାଜରେ ନିଆଁ ଲାଗିଯାଇଥିଲା । ତେବେ ଜାହାଜଟି ଯାତ୍ରୀଙ୍କୁ ଧରି ଢାକରୁ ଫେରୁଥିବା ଜଣାପଡିଛି ।

Leave a Reply

Your email address will not be published.