ପୁଣି ସକ୍ରୀୟ ହୋଇଉଠିଛି ଦାଉଦ, ଭାରତ ଉପରେ ଆକ୍ରମଣ କରିବା ନେଇ ପ୍ରସ୍ତୁତି ଚଳାଇଛି ଇବ୍ରାହିମ୍

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ପୁଣି ସକ୍ରୀୟ ହୋଇଉଠିଛି ଦାଉଦ । ଭାରତ ଉପରେ ଆକ୍ରମଣ କରିବା ନେଇ ଯୋଜନା ପ୍ରସ୍ତୁତ କରୁଛି । ଭାରତ ଉପରେ ଆକ୍ରମଣ କରିବା ପାଇଁ ଅଣ୍ଡରୱାର୍ଲ୍ଡ ଡନ୍ ଏବଂ ବିଶ୍ୱ ଆତଙ୍କବାଦୀ ଦାଉଦ ଇବ୍ରାହିମ୍ ଏକ ସ୍ୱତନ୍ତ୍ର ୟୁନିଟ୍ ଗଠନ କରିଛି । ଏନେଇ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି ପ୍ରକାଶ କରିଛି । ଏଜେନ୍ସି ରିପୋର୍ଟ ଅନୁଯାୟୀ, ବହୁ ରାଜନୈତିକ ନେତା ତଥା ପ୍ରସିଦ୍ଧ ବ୍ୟବସାୟିଙ୍କ ନାମ ହିଟ୍ ତାଲିକାରେ ଅନ୍ତର୍ଭୁକ୍ତ ଅଛି । ରିପୋର୍ଟ ଅନୁଯାୟୀ, ଦାଉଦ ଦେଶର ବିଭିନ୍ନ ସ୍ଥାନରେ ହିଂସା ସଅଷ୍ଟି କରିବା ଲକ୍ଷ୍ୟ ରଖିଛି । ବିସ୍ଫୋରକ ତଥା ମାରାତ୍ମକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଦେଶ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି । ଏହାବ୍ୟତୀତ ଦାଉଦ ଇବ୍ରାହିମଙ୍କ ଧ୍ୟାନ ଦିଲ୍ଲୀ ଏବଂ ମୁମ୍ବାଇ ଉପରେ ରହିଛି ।

ଆମେ ଆପଣଙ୍କୁ ଏଠାରେ କହିରଖୁଛୁ ଯେ କିଛି ମାସ ପୂର୍ବେ, ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ସେଣ୍ଟ୍ରାଲ ଏଜେନ୍ସି ସହିତ ମିଶି ୨ ପାକିସ୍ତାନ ଟ୍ରେଣ୍ଡ ସମେତ ଅନେକ ଲୋକଙ୍କୁ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରୁ ଗିରଫ କରି ଏଏସଆଇ ଏବଂ ଅଣ୍ଡରୱାଲ୍ଡର ନୂଆ ଆତଙ୍କୀ ମଡ୍ୟୁଲ୍ ର ଖୁଲାସା କରିଥିଲା । ସେହି ସମୟରେ ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ଏହା ଜାଣିବାକୁ ପାଇଥିଲେଯେ, ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଦାଉଦ ଇବ୍ରାହିମ୍ ର ଭାଇ ଅନିସ୍ ଇବ୍ରାହିମ ଟଙ୍କା ପଠାଉଥିଲା । ଏବଂ ବୋମା ବିସ୍ଫୋରଣ ପାଇଁ ଇଆଇଡି ମଧ୍ୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published.